କିଙ୍ଗ୍ ଖାନ୍ ଫ୍ୟାନଙ୍କୁ ଦେବେ ଜନ୍ମଦିନ ଭେଟି : ନଭେମ୍ବର୨ରେ ଆଗାମୀ ଫିଲ୍ମ “ରଇସ’ର ଟ୍ରେଲର ଲଂଚ କରିବେ ଶାହାରୁଖ

13

କିଙ୍ଗ୍ ଖାନ୍ ଶାହାରୁଖ ନିଜ ରୋମାଂଟିକ୍ ଅନ୍ଦାଜ ପାଇଁ ଦର୍ଶକଙ୍କ ମହଲରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖଙ୍କ ଜନ୍ମଦିନ ନଭେମ୍ବର ୨ ତାରିଖରେ ଥିବାରୁ ସେଦିନ ଶାହାରୁଖ ବିଧିବଦ୍ଧ ଭାବରେ ତାଙ୍କର ଆଗାମୀ ଫିଲ୍ମ “ରଇସ’ର ଟ୍ରେଲର ରିଲିଜ କରି ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ସ୍କ୍ରିନ ସେୟାର କରିବେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ।

ସେପଟେ ଫିଲ୍ମର ଟ୍ରେଲରରେ ନଜର ଆସିବେନି ମାହିରା ଖାନ୍ । ଆସନ୍ତା ବର୍ଷ ଜାନୁୟାରୀ ୨୬ ରେ ବଡ ପରଦାକୁ ଆସିବାକୁ ଯାଉଛି ଶାହାରୁଖଙ୍କ ଏହି ଫିଲ୍ମ “ରଇସ’ ।