ଅକ୍ଟୋବରରେ ନିଲାମ, ଡିସେମ୍ବରରେ ବାତିଲ । ୨୦ଟି ଖଣିର ନିଲାମ ବାତିଲ କଲେ ରାଜ୍ୟ ସରକାର
ନୂଆ ସର୍ତ ଅନ୍ତର୍ଭୁକ୍ତ କରିବା ନେଇ ସୂଚନା; କାହିଁକି ହଠାତ୍ ବାତିଲ ହେଲା ଖଣି ନିଲାମ
କନକ ବ୍ୟୁରୋ: ଅକ୍ଟୋବରରେ ହୋଇଥିଲା ଖଣିର ନିଲାମ, ଡିସେମ୍ବରରେ ବାତିଲ । ଖୁବ୍ ଶୀଘ୍ର ସାନି ନିଲାମ କରିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସରକାରଙ୍କ ନିଷ୍ପତି ଅନୁସାରେ ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ଟି ଖଣିର ସାନି ନିଲାମ ପାଇଁ ଆସନ୍ତା ଡିସେମ୍ବର ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଟେଣ୍ଡର ପ୍ରକ୍ରିୟାର ଶେଷ ତାରିଖ ରହିବ ଜାନୁଆରି ୩ । ଏହି ଖଣିଗୁଡିକର ନିଲାମ ଅବଧି ୨୦୨୦ ମାର୍ଚ୍ଚରେ ଶେଷ ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅକ୍ଟୋବର ୧୮ ତାରିଖରେ ଡକାଯାଇଥିବା ଆଉ ୨୦ଟି କଣିର ନୂଆ ନିଲାମ ପାଇଁ ଖୁବ ଶୀଘ୍ର ତାରିଖ ପ୍ରକାଶ ପାଇବ ବୋଲି ବିଭାଗ ଜଣାଇଛି । ତେବେ କାହିଁକି ହଠାତ୍ ସାନି ନିଲାମ କରାଯାଉଛି, ସେନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି, ଗତ ଟେଣ୍ଡର ସମୟରେ ବହୁତ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଥିଲା । ଏହାକୁ ସରକାର ଗୁରୁତ୍ୱ ଦେଇ ନିଲାମ ବାତିଲ କରିଛନ୍ତି ଏବଂ ନୂଆ ସର୍ତ ସହ ସାନି ଟେଣ୍ଡର ହେବ ବୋଲି ସୂଚନା ମିଳିଛି ।