ସନା ମହାକୁଡ ବୋହୂ ବିବାଦ ମାମଲା : ବାପ, ପୁଅଙ୍କ ପରେ ଜ୍ୱାଇଁଙ୍କୁ ନୋଟିସ୍

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଥମେ ପୁଅ, ପରେ ବିଧାୟକ ବାପା ଆଉ ଏବେ ଜ୍ୱଇଁଙ୍କ ପାଳି । ବାପା-ପୁଅଙ୍କ ବୟାନ ରେକର୍ଡ କରିବା ପରେ ଜ୍ୱାଇଁଙ୍କୁ ନୋଟିସ ଜାରି କରିଛି କମିସନରେଟ ପୁଲିସ । ବୋହୂ ବିବାଦ ମାମଲାରେ ଛନ୍ଦି ହୋଇପଡିଥିବା ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡଙ୍କ ଜ୍ୱାଇଁଙ୍କୁ, ଦିନବନ୍ଧୁ ବାରିକଙ୍କୁ ଭୁବନେଶ୍ୱର ମହିଳା ଥାନାରେ ହାଜର ପାଇଁ ସିଆରପିସି ୪୧ରେ ପୂର୍ବରୁ ନୋଟିସ୍ ଜାରି କରାଯାଇଛି ।

ଆସନ୍ତା ୨ଦିନ ଭିତରେ ଦିନବନ୍ଧୁ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିବେ । ଧାରା ୧୬୧ରେ ଦିନବନ୍ଧୁଙ୍କ ବୟାନ ରେକର୍ଡ କରିବ କମିଶନରେଟ ପୁଲିସ । ପୂର୍ବରୁ ବାହୁବଳୀ ବିଧାୟକ ସନାତନ ଥାନାରେ ହାଜର ହୋଇଥିବାବେଳେ ଧାରା ୧୬୧ ଅନୁଯାୟୀ ତାଙ୍କର ବୟାନ ରେକର୍ଡ ସରିିଛି । କବିତା ମହାକୁଡ ନାମକ ଜଣେ ମହିଳା ବିଧାୟକଙ୍କ ବୋହୂ ଦାବି କରି ଗତ ମାର୍ଚ୍ଚ ୧ତାରିଖରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ଧାରା ୧୬୪ରେ ସନାତନଙ୍କ ପୁଅ ପଂକଜ ମହାକୁଡଙ୍କ ବୟାନ ରେକର୍ଡ ସରିଛି ।