ସରକାରଙ୍କ ସୁରକ୍ଷା ଚିନ୍ତା ! ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରୀ ଆଶଙ୍କାରେ ଚାଇନା ମୋବାଇଲ ଫୋନ୍ ନିର୍ମାତାଙ୍କୁ ନୋଟିସ୍

42

କନକ ବ୍ୟୁରୋ : ସିକିମ ସୀମାରେ ଚୀନ ସହ ବିବାଦ ତେଜୁଥିବାରୁ ସରକାରଙ୍କ ସୁରକ୍ଷା ଚିନ୍ତା । ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରୀ ଆଶଙ୍କାରେ ଚାଇନା ମୋବାଇଲ ଫୋନ୍ ନିର୍ମାତାଙ୍କୁ ନୋଟିସ୍ । ଭାରତୀୟମାନେ ବ୍ୟବହାର କରୁଥିବା ସ୍ମାର୍ଟଫୋନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରୀ ହେବା ଆଶଙ୍କାରେ ସରକାର ଏହି ନୋଟିସ ଜାରି କରିଥିବା ଅନୁମାନ କରାଯାଉଛି । ଭାରତୀୟ ସ୍ମାର୍ଟଫୋନ ବଜାରରେ ଆଧିପତ୍ୟ ବିସ୍ତାର କରିଥିବା ଚୀନ ମୋବାଇଲ ଫୋନ ନିର୍ମାତା ଭିଭୋ, ଓପୋ, ଜିଓମି ଏବଂ ଜିଓନି ଆଦି କମ୍ପାନିକୁ ଏହି ନୋଟିସ କରିଛନ୍ତି କେନ୍ଦ୍ର ସରକାର ।

କଂଟାକ୍ଟ ଲିଷ୍ଟା ଓ ମେସେଜ ପରି ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଏହିସବୁ ମୋବାଇଲ ଫୋନ୍ ନିର୍ମାତା କଣ ପଦକ୍ଷେପ ନେଉଛନ୍ତି ସେନେଇ ଆସନ୍ତା ୨୮ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନୋଟିସରେ କୁହାଯାଇଛି । ୨୧ଟି ମୋବାଇଲ ଫୋନ ନିର୍ମାତାଙ୍କୁ ଏହି ନୋଟିସ କରାଯାଇଥିବାବେଳେ, ଉତ୍ତର ମିଳିବା ପରେ ସରକାର ସ୍ୱତନ୍ତ୍ର ଅଡିଟ୍ କରିବାକୁ ମଧ୍ୟ ଯୋଜନା ରଖିଛନ୍ତି ।

ଗତ ଦୁଇମାସ ହେଲା ଡୋକଲାମରେ ଉଭୟ ଦେଶର ସେନା ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏପଟେ ଠିକ୍ ସ୍ୱାଧୀନତା ଦିବସରେ ପିପୁଲ୍ସ ଲିବରେସନ ଆର୍ମିର ଏହି ଅନୁପ୍ରବେଶ ଉଦ୍ୟମ ଚୀନର ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି ।