ଶୂନ ରେଜଲ୍ଟ କରିଥିବା ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ : ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

122

କନକ ବ୍ୟୁରୋ : ମାଟ୍ରିକ୍‌ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୮୨ଟି ସ୍କୁଲକୁ ଆଜି କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଚିଠି ଆଧାରରେ ମାଧ୍ୟମିକ ଶିକ୍ଷା ଉପନିର୍ଦେଶିକା ସିପ୍ରା ନାୟକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଶୂନ ରେଜଲ୍ଟ କରିଥିବା ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କାହିଁକି ଚାକିରିରୁ ନିଲମ୍ବନ କରା ନଯିବ ? ଅନୁଦାନପ୍ରପ୍ତ ବିଦ୍ୟାଳୟ କ୍ଷେତ୍ରରେ କାହିଁକି ବିଦ୍ୟାଳୟର ଅନୁଦାନ ପ୍ରତ୍ୟାହାରା କରା ନ ଯିବ ? ଏଥିସହ ମାଟ୍ରିକ୍‌ ପରୀକ୍ଷାରେ ରାଜ୍ୟ ଅନୁଦାନର ୫୦ ପ୍ରତିଶତରୁ କମ୍‌ ରେଜଲ୍ଟ କରିଥିବା ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଓ କାହିଁକି ସେମାନଙ୍କ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରା ନ ଯିବ ସେନେଇ ଉତ୍ତର ମଗାଯାଇଛି ।