ପର୍ଯ୍ୟଟକଙ୍କୁ ଦିଆଯାଉଛି ଖରାପ ପାଣି ! ୩୪ ହୋଟେଲକୁ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ

27

କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକଙ୍କୁ ଦିଆଯାଉଛି ଖରାପ ପାଣି । ଯାଂଚ ପରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁରୀର ୩୪ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲା ପ୍ରଶାସନ । ନୋଟିସର ଉତର ରଖିବାକୁ ୭ଦିନ ସମୟ ଦିଆଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣିର ମାନ ଯାଂଚ କରାଯାଇଥିଲା । ପର୍ଯ୍ୟଟକଙ୍କୁ ଖରାପ ପାଣି ନେଇ ଅଭିଯୋଗ ହେବା ପରେ ଏହି ଯାଂଚ ହୋଇଥିଲା ।