ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଜାରି ହେବ ବିଜ୍ଞପ୍ତି

12

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ଆଜି ରାଜ୍ୟସଭାର ୫୭ ଆସନ ପାଇଁ ବିଜ୍ଞପ୍ତି ଜାରି କରିବେ ନିର୍ବାଚନ କମିଶନ । ଏଥିପାଇଁ ଜୁନ ୧୧ରେ ଭୋଟ ଗ୍ରହଣ ହେବ । ୧୫ଟି ରାଜ୍ୟରୁ ଏହି ସବୁ ଆସନ ଖାଲି ହେଉଛି । ଏଥିରେ ବିଜେପିର ୧୪ଟି, କଂଗ୍ରେସର ୧୪ଟି, ବିଏସପିର ୬ଟି ଆସନ ଖାଲି ହେଉଛି । ସେହିପରି ଜେଡିୟୁର ୫ଟି, ସମାଜବାଦୀ ପାର୍ଟି, ବିଜେଡି ଓ ଏଆଇଏଡିଏମକେର ୩ଟି ଲେଖାଏଁ ସଭ୍ୟଙ୍କ ସଦସ୍ୟତା ଶେଷ ହେଉଛି । ଡିଏମକେ, ଏନସିପି ଓ ଟିଡିପିର ଦୁଇଟି ଲେଖାଏଁ ଆସନ ଖାଲି ହେଉଛି । ଶିବସେନାର ଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ମଦ ସମ୍ରାଟ ବିଜୟ ମାଲ୍ୟା ଗତ ୫ ତାରିଖରେ ନିଜ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ।