ମହିମା ମିଶ୍ରଙ୍କ ଦୁଇ ପୁଅ ଓ ଆକାଉଟାଂଟଙ୍କୁ ଜାରି ହେଲା ନୋଟିସ୍

47

ପାରାଦୀପ: ପାରାଦୀପ ସିୱେଜ କମ୍ପାନିର ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ଗିରଫ ହୋଇ କୁଜଙ୍ଗ ସମାଗୋଳ ଜେଲରେ ଥିବା ଓଡିଶା ଷ୍ଟିଭେଡର୍ସର ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ରଙ୍କ ଦୁଇ ପୁଅ ଚନ୍ଦନ ମିଶ୍ର ଓ ଚର୍ଚ୍ଚିତ ମିଶ୍ରଙ୍କ ସହିତ ଓଡିଶା ଷ୍ଟିଭେଡର୍ସର ଆକାଉଟାଂଟ ରବୀନ୍ଦ୍ର ଦଳେଇଙ୍କୁ ଥାନାର ହାଜର ହେବା ପାଇଁ ନୋଟିସ ଜାରି କରିଛି ପାରାଦୀପ ପୁଲିସ ।

ଆସନ୍ତା ୧୧ ତାରିଖରେ ଥାନାରେ ହାଜର ହେବାକୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । କମ୍ପାନିର ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା ପାଇଁ ସେମାନଙ୍କୁ ନୋଟିସ ହୋଇଥିିବା ପୁଲିସ ସୂଚନା ଦେଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :