ଆକାଶରୁ ହେଲା ନୋଟର ବର୍ଷା । ଫେସବୁକ୍ ଲାଇଭରେ କଏଦ ହେଲା ପୂରା ଭିଡିଓ, ଜାଣନ୍ତୁ କିଏ ଓ କାହିଁକି କଲେ ଏପରି ?

481

ଗତକାଲି ଆନ୍ଧ୍ରପ୍ରଦେଶରେ ଆକାଶରୁ ମାଛ ବର୍ଷାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଆଜି ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ମଧ୍ୟ ଭାବିବେ କି ମୁଁ ସେହି ସ୍ଥାନରେ ଉପସ୍ଥିତ ଥାନ୍ତି କି? କିନ୍ତୁ ସେଠାକୁ ଯିବା ପାଇଁ ଆପଣଙ୍କୁୂ ପାସପୋର୍ଟ ଓ ଭିସାର ଆବଶ୍ୟକତା ପଡିଥାନ୍ତା ।  ଏଭଳି କଥା ଆମେ ଏଥିପାଇଁ କହୁଛୁ କାରଣ ଆକାଶରୁ ମାଛ ବର୍ଷା ପରି ହଂକଂ ସହରରେ ଆକାଶରୁ ଟଙ୍କାର ବର୍ଷା ହୋଇଛି । ଜଣେ କୋଟିପତି ଯୁବକ ଜନଗହଳିପୂର୍ଣ୍ଣ ସ୍ଥ୍ାନରେ ଏଭଳି ଟଙ୍କାର ବର୍ଷା କରିଛନ୍ତି । ଯାହା କିଛି ସମୟ ପାଇଁ ସେଠାରେ ଲୋକଙ୍କୁ ତାଜୁବ କରି ଦେଇଛି । ଆଉ ଆକାଶରୁ ଏହି ଟଙ୍କା ଉଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କାରଣ ଟଙ୍କା ଉଡାଇଥିବା ଯୁବକ ନିଜେ ଏହାର ଫେସବୁକ ଲାଇଭ କରିବା ପରେ ଏହା ଭାଇରାଲ ହୋଇଛି ।

ଭିଡିଓ ଅନୁଯାୟୀ, ହଂକଂ ସହରର ୨୪ ବର୍ଷିୟ କୋଟିପତି ଯୁବକ ୱଙ୍ଗ ଚିଙ୍ଗ କିଟ୍ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜର ମହଙ୍ଗା କାରରୁ ଓହ୍ଲାଇବା ପରେ ଫେସବୁକ ଲାଇଭ ଆରମ୍ଭ କରିଥିଲେ । ଏହାପରେ ଲୋକଙ୍କୁ କିଛି ସୂଚନା ଦେବା ପରେ ଆକାଶରୁ ଉଡିଥିଲା ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ନେବା ପାଇଁ ଲୋକ ମାନଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଏକ ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ଭାରତୀୟ ମୁଦ୍ରାରେ ପାଖାପାଖି ୧୮ ଲକ୍ଷ  ଟଙ୍କା ଏକ ଉଚ୍ଚ ମହଲାରୁ ଉଡାଇ ଦେଇଥିଲେ ।

ତେବେ ଏହି ଘଟଣା ପରେ ସଙ୍ଗେ ସଙ୍ଗେ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ତେବେ ୱଙ୍ଗଙ୍କୁ ଏତେ ଟଙ୍କା ଉଡାଇବାର କାରଣ ପଚାରିବାରୁ ସେ କହିଛନ୍ତି, ଏତେ ଟଙ୍କା ସେ କ୍ରିପ୍ଟୋ କରେନ୍ସି ବିଟକଏନ ମାଧ୍ୟମରେ ଜିତିଥିଲେ ।  ଖାସକରି ଧନୀଙ୍କୁ ଲୁଟ୍ କରି ଗରିବଙ୍କୁ ସେ ଏହି ଟଙ୍କା ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ୱଙ୍ଗ ।