ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କକୁ ନୋଟ ବଦଳାଇବାକୁ ଆସି ହଟହଟା ହେଲେ ହୃଦରୋଗୀ

18

କନକ ବ୍ୟୁରୋ : ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଅଭାବନୀୟ ଦୃଶ୍ୟ । ପୁରୁଣା ନୋଟ ବଦଳାଇବାକୁ ଆସି ହଟହଟା ହେଲେ ହୃଦରୋଗୀ । ହସ୍ପିଟାଲରୁ ବାହାରି ପୁରୁଣା ନୋଟ ବଦଳ କରିବାକୁ ରିଜର୍ଭ ବ୍ୟାଙ୍କକୁ ଆସିଥିଲେ କଟକ ବାସିନ୍ଦା ଶିବାନନ୍ଦ ଦାସ । ତେବେ ନୋଟ୍ ବଦଳାଇବାକୁ ମନା କରିଥିଲେ ଆରବିଆଇ କର୍ତ୍ତୃପକ୍ଷ । ସରକାର କହିଛନ୍ତି ନିଜ ପରିଚୟ ପତ୍ର ଦେଖାଇ ୩୧ ମାର୍ଚ ପର୍ୟ୍ୟନ୍ତ ରିଜର୍ଭ ବ୍ୟାଙ୍କରେ ପୁରୁଣା ନୋଟ ବଦଳ କରିହେବ । କିନ୍ତୁ ଭୁବନେଶ୍ୱର ଶାଖା ବର୍ତ୍ତମାନ ଏହି ଅଚଳ ନୋଟକୁ ନେବାକୁ ମନା କରୁଛନ୍ତି । କହିଛନ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେବଳ ପ୍ରବାସୀ ଭାରତୀୟ ଓ ବିଦେଶ ଗସ୍ତରେ ଥିବା ଭାରତୀୟ ଏହି ସୁବିଧା ପାଇପାରିବେ ।

ଦେଖନ୍ତୁ ଏହି ଭିଡିଓ :