ଅଚଳ ନୋଟ୍ ରଖିଲେ ଜେଲ୍ : ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

25

କନକ ବ୍ୟୁରୋ : ଅଚଳ ନୋଟ୍ ରଖିଲେ ଅଡୁଆ । ମିଳିପାରେ ଜେଲ ଦଣ୍ଡ । ପୁରୁଣା ନୋଟକୁ ନେଇ ମୋଦି ସରକାର ଅଧ୍ୟାଦେଶ ଆଣିଥିବାବେଳେ ଏହାକୁ ଅନୁମୋଦନ କରିଛି କ୍ୟାବିନେଟ୍ । ୨୦୧୭ ମାର୍ଚ୍ଚ ୩୧ପରେ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ରଖିଥିଲେ ଜମାକାରୀଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହେବ । ଏପରିକି ଅଚଳ ନୋଟ୍ ରଖିଲେ ଜେଲ୍ ଦଣ୍ଡ ସହ ଜବତ କରାଯାଇଥିବା ଟଙ୍କାର ୫ଗୁଣା ଜୋରିମାନା ଦେବାକୁ ପଡିବ ।

ଏହି ଅଧ୍ୟାଦେଶ ଅନୁଯାୟୀ ଡିସେମ୍ବର ୩୦ପରେ କେବଳ ରିଜର୍ଭ ବ୍ୟାଙ୍କ ଶାଖାରେ ଅଚଳ ନୋଟ୍ ବଦଳ କରିହେବ । ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଇଛି । କିନ୍ତ ଡିସେମ୍ବର ୩୦ତାରିଖ ପରେ ରିଜର୍ଭ ବ୍ୟାଙ୍କ ଶାଖାରେ ବଦଳ ହୋଇଥିବା ଅଚଳ ନୋଟର ଉତ୍ସ ଉପରେ କଡା ନଜର ରଖାଯିବ ।