ମୋଦିଙ୍କ ମାଷ୍ଟରଷ୍ଟ୍ରୋକକୁ ନେଇ ବିରୋଧୀଙ୍କ ରାଜନୀତି : ଦିଲ୍ଲୀ ପାର୍ଲାମେଂଟ ଷ୍ଟ୍ରିଟ ଏଟିଏମ ସାମନାରେ ରାହୁଲ ଗାନ୍ଧୀ

70

rahul-7593-1କନକ ବ୍ୟୁରୋ : ୫୦୦ ଓ ହଜାର ଟଙ୍କିଆ ନୋଟ ଅଚଳ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ନେଇ ବିରୋଧୀଙ୍କ ରାଜନୀତି ମଧ୍ୟ ଚରମ ସୀମାରେ ପହଚିଂଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ଏଟିଏମ ସାମନାରେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି ।

ଦିଲ୍ଲୀ ପାର୍ଲାମେଂଟ ଷ୍ଟ୍ରିଟରେ ଥିବା ଏସବିଆଇ ଏଟିଏମ ସାମନାରେ ଆଜି ରାହିୁଲ ଗାନ୍ଧୀ ଟଙ୍କା ବଦଳାଇବା ନେଇ ଲାଇନ ଲଗାଇଥିଲେ । ରାହୁଲଙ୍କୁ ଏଟିଏମ ସାମନାରେ ଦେଖି ବହୁ ଲୋକ ତାଙ୍କ ସହ ସେଲଫି ଉଠାଇବାର ମଧ୍ୟ ନଜର ଆସିଥିଲା । ଲୋକଙ୍କ ସହ ଲାଇନରେ ଛିଡା ହେବାକୁ ଚାହୁଁଛି ।

government-resolution-demonetize-hindustan-following-november-president_81b6783e-a803-11e6-8311-ecdc6071292f୪ ହଜାର ଟଙ୍କା ବଦଳାଇବାକୁ ଆସିଥିବା ରାହୁଲ ଗାନ୍ଧୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତି ଦ୍ୱାରା ଗରିବ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଏହା ବୁଝିପାରିବେନି ବୋଲି ରାହୁଲ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –