ବିବାହ ପାଇଁ ବ୍ୟାଙ୍କରୁ ଉଠାଇ ହେବ ଅଢେଇ ଲକ୍ଷ : ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସଙ୍କ ସୂଚନା

69

କନକ ବ୍ୟୁରୋ : ଧୀରେ ଧୀରେ ସୁଧରୁଛି ସ୍ଥିତି । ଏଣିକି ବିବାହ ପାଇଁ ବ୍ୟାଙ୍କରୁ ଏକାଥରକେ ଅଢେଇ ଲକ୍ଷ ଟଙ୍କା ଉଠାଇପାରିବେ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ପ୍ରେସମିଟରେ କହିଛନ୍ତି । ପ୍ରତି ସପ୍ତାହରେ ଚାଷୀ ୨୫ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ।

କିଷାନ କ୍ରେଡିଟ କାର୍ଡରୁ ୨୫ ହାଜର ପର୍ଯ୍ୟନ୍ତ ଉଠାଇପାରିବେ ଚାଷୀ । ମଣ୍ଡି ବ୍ୟବସାୟୀ ସର୍ବାଧିକ ୫୦ ହାଜର ବ୍ୟାଙ୍କରୁ ଉଠାଇପାରିବେ । ସେହିପରି କାଲିଠୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପୁରୁଣା ନୋଟ ବଦଳ କରିପାରିବେ । ୪ ହଜାର ୫୦୦ରୁ ୨ ହଜାର ଟଙ୍କାକୁ ବଦଳ ସୀମା ଖସାଯାଇଛି ।