ଅଚଳ ନୋଟକୁ ନେଇ ଅଚଳାବସ୍ଥା : ବିଚଳିତ କରୁଛି ନକଲି ୧୦ଟଙ୍କିଆ ମୁଦ୍ରା ଗୁଜବ

27

vlcsnap-2016-11-16-20h37m39s453କନକ ବ୍ୟୁରୋ : ପୁରୁଣା ଟଙ୍କା ପାଇଁ ଆରମ୍ଭ ହୋଇ ଯାଇଛି ଓଲଟା ଗଣତି । ଚିନ୍ତା ବଢାଇଛି ସରକାରୀ ନିୟମ । ଡିପୋଜିଟ ଓ ବଦଳ ପାଇଁ ବ୍ୟାଙ୍କରେ ଭିଡ । ଟଙ୍କା କାଢିବାକୁ ଏଟିଏମ ଆଗରେ ଲାଇନ । କାହାପାଖରେ ଖୁଚୁରା ନାହିଁ । କାହା ପାଖରେ  କଳା ଧନକୁ ଧଳା କରିବା ପାଇଁ ସମୟ ନାହିଁ । ପ୍ରତିଦିନ ପ୍ରତି ମୁହୁତ୍ତରେ ନୂଆ କାହାଣୀ , ନୂଆ ଚିତ୍ର ।

ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ସାମ୍ନାରେ ଏ ଲମ୍ବା ଲାଇନ୍ । କ୍ଲାସ ଛାଡି ଟଙ୍କା ବଦଳ ପାଇଁ ଛିଡା ହୋଇଛନ୍ତି । ବଜାରରେ ବୁଲୁଛି ନକଲି ୧୦ ଟଙ୍କିଆ କଏନ । ଏ ଗୁଜବ ପ୍ରଚାରି୍ହେବା ପରେ ଏବେ ଘରେ ଘରେ ଭାଲେଣୀ । କାରଣ କିଛି ନଜାଣି ନଶୁଣି ବ୍ୟବସାୟୀ ଗ୍ରହଣ କରୁନାହାନ୍ତି ଏହି ମୁଦ୍ରାକୁ । ତେଣୁ ବାଧ୍ୟ ହୋଇ ଓଜନିଆ ବ୍ୟାଗ ବୋହି ଲେକେ ଆସୁଛନ୍ତି ବ୍ୟାଙ୍କକୁ । ବ୍ୟାଙ୍କ ବାଲା ମନାକରିବାରୁ ଏବେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ । ହେଲେ ମୁଦ୍ରା ଗ୍ରହଣ ନୁହେଁ କେବଳ ଦେବା ନେଇ ନିୟମ ରହିଥିବାରୁୁ ଲେକେ ଆତଙ୍କିତ ହୋଇ ପଡିଛନ୍ତି ।

ପକେଟରୁ ସରିଗଲାଣି ଖୁଚୁରା । ନୋଟ ବଦଳ ନହେଲେ ଏବେ ଘର ଚଳାଇବା ମୁସ୍କିଲ । ତେଣୁ ବ୍ୟାନ ଘୋଷଣା ପରଠାରୁ ଏ ଚିତ୍ର ସବୁଠି । ହେଲେ କେଉଁ ଏଟିଏମରୁ ଟଙ୍କା ବାହାରୁନି ପୁଣି କେଉଁଠି ବନ୍ଦ ପଡିଛି । ଅଧା ବନ୍ଦ ପଡିଛି ସଟର । ଲୋକେ କଷ୍ଟେମଷ୍ଟେ ଭିତରକୁ ଯାଉଛନ୍ତି । ହେଲେ ବାହାରକୁ ଆସୁଛନ୍ତି ନିରାଶ ହୋଇ । ଏପରିକି ଟଙ୍କା ଉଠାଣ ପାଇଁ ଏଟିଏମରୁ ଏଟିଏମ ବୁଲୁଛନ୍ତିି ଲୋକ ।

ସନ୍ଦେହ ,ନିରାଶା , ଗୁଜବ ଓ କ୍ଷୋଭ । ନୋଟ ବ୍ୟାନ ଘୋଷଣା ଠାରୁ ଏମିତି ଅନେକ ଚିତ୍ର ଓ କାହାଣୀ ଘୁରି ବୁଲୁଛି ଦିଲ୍ଲୀରୁ ପଲ୍ଲୀ ଯାଏ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –