ଜାମୁକୋଳି ଖାଇବା ପରେ ଏହାର ମଞ୍ଜିକୁ ଫୋପାଡିବାର ଭୁଲ୍ କରନ୍ତୁ ନାହିଁ ! ମହୋଷଧି ସାବ୍ୟସ୍ତ ହୋଇପାରେ ।

96

ଜାମୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ଆପଣ ଜାଣିଛନ୍ତି କି? ଜାମୁକୋଳି ଭଳି ତା’ର ମଞ୍ଜି ମଧ୍ୟ ଶରୀର ପାଇଁ କେତେ ଲାଭଦାୟକ? ଭିଟାମିନ୍ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି ପାଚନକ୍ରିୟାକୁ ଠିକ୍ ରଖିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଜାମୁକୋଳି ଖାଇ ସାରିବା ପରେ ତା’ର ମଞ୍ଜିକୁ ଭଲ ଭାବରେ ଧୋଇ ନିଅନ୍ତୁ । ପରେ ଏହାକୁ ଖରାରେ ଭଲ ଭାବରେ ଶୁଖାନ୍ତୁ । ଶୁଖିଯିବା ପରେ ତାହାର ଚୋପାକୁ ଛଡ଼ାଇ ଭଲ ଭାବରେ ଗ୍ରାଇଣ୍ଡ କରି ଏକ ଠିପିଥିବା ବନ୍ଦ ଡ଼ବାରେ ରଖି ଦିଅନ୍ତୁ । ଏବେ ଏହି ଚୁର୍ଣ୍ଣକୁ ଖାଇଲେ ଶରୀରର କେଉଁ ସମସ୍ୟା ଦୂର ହୁଏ ଆସନ୍ତୁ ଜାଣିବା..

୧. ମଧୁମେହ ରୋଗୀ ଏହି ଚୁର୍ଣ୍ଣକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ଚୁର୍ଣ୍ଣକୁ ଉଷୁମ ପାଣିରେ ମିଶାଇ ପିଇବା ଆରମ୍ଭ କରନ୍ତୁ ।

୨. କିଡ଼୍ନୀରେ ଷ୍ଟୋନର ସମସ୍ୟା ଥିଲେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଚୁର୍ଣ୍ଣକୁ ଗୋଟେ ଗ୍ଲାସ ପାଣି ସହ ଖାଆନ୍ତୁ । ଏପରି କିଛି ଦିନ କରିବା ଦ୍ୱାରା ଏହି ସମସ୍ୟା ଦୂରେଇ ଯିବ ।

୩. ମାସିକ ଧର୍ମ ସମୟରେ ଅଧିକ ରକ୍ତ ପ୍ରବାହ ବା ଯନ୍ତ୍ରଣା ଅନୁଭବ ହେଲେ ଏହି ଚର୍ଣ୍ଣକୁ ସେବନ କରନ୍ତୁ ।

୪. ଯଦି ଆପଣଙ୍କ ମାଢ଼ି ବିନ୍ଧା ହେଉଛି ବା ରକ୍ତ ବାହାରୁଛି ତେବେ ଏହି ଚୁର୍ଣ୍ଣକୁ ଦାନ୍ତରେ ଘଷନ୍ତୁ । ପ୍ରତିଦିନ ଏପରି କଲେ ଏହି ସମସ୍ୟା ଦୂରେଇ ଯିବ ।

୫. ଯଦି ଆପଣଙ୍କୁ ଆଘାତ ଲାଗିବା ସହ ଅଧିକ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହି ଚୁର୍ଣ୍ଣକୁ ପାଣିରେ ମିଶାଇ ଦିନକୁ ଦୁଇ ଥର ଆଘାତ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏପରି କଲେ ଯନ୍ତ୍ରଣା କମ ହେବା ସହ କ୍ଷତସ୍ଥାନ ଶୀଘ୍ର ଶୁଖି ଯାଇଥାଏ ।