କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ ! ମୁଁ ମନ୍ତ୍ରୀ ହୋଇଥିବାରୁ ମତେ ତୈଳଦର ବୃଦ୍ଧି ବାଧୁନାହିଁ 

43
କନକ ବ୍ୟୁରୋ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ । ସାରା ଦେଶରେ ତୈଳଦର ବୃଦ୍ଧି ହେଉଥିବାରୁ ଲେକାମାନେ ନାହିଁନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ହେଲେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଥାୱାଲେ କହିଛନ୍ତି ଯେ, ମୁଁ କେନ୍ଦ୍ରରେ ମନ୍ତ୍ରୀ ରହିଛି । ତେଣୁ ଦେଶରେ ଯେପରି ଭାବରେ ତୈଳଦର ବୃଦ୍ଧି ହେଉଛି ସେଥିପାଇଁ ମୋ ଉପରେ କୈାଣସି ପ୍ରଭାବ ପଡିବ ନାହିଁ ବୋଲି ମନ୍ତ୍ରୀ  କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାମଦାସ ନିଜର ଜୟପୁର ଗସ୍ତ ସମୟରେ ସେଠାରେ ଏପରି କହିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ପଦଥିବ ସେତେ ପର୍ଯ୍ୟନ୍ତ ମତେ ତୈଳଦର ବାଧିବ ନାହିଁ । ଯଦି ମୋର ମନ୍ତ୍ରୀ ପଦ ଚାଲିଯାଏ ତାହାପରେ ତୈଳ ବୃଦ୍ଧି ହେଲେ ବାଧିବ ବୋଲି ରାମଦାସ କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ସାରା ଦେଶରେ ଯେପରି ଭାବରେ ତୈଳଦର ବୃଦ୍ଧି ହେଉଛି ତାହା ଦୁଃଖଦାୟକ । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ସରକାର ଦର କମାଇବାର ଆବଶ୍ୟକତା ରହିଛି । ତେବେ କେନ୍ଦ୍ରରେ ମୋଦି ସରକାର ଅନେକ ଲୋକହିତକର କାମ କରୁଛନ୍ତି ମୋଦି ଲୋକମାନଙ୍କର ଅସୁବିଧା ବୁଝିପାରୁଛନ୍ତି ତେଣୁ ମୋର ବିଶ୍ୱାସ କି ସେ ନିଶ୍ଟୟ ଭାବରେ ତୈଳଦର ହ୍ରାସ କରିବେ । ତେବେ ଜଣେ କେନ୍ଦ୍ରମନ୍ତ୍ରୀ ଏପରି ଭାବରେ ମନ୍ତ୍ରବ୍ୟକୁ ବିରୋଧୀ ଦଳ ସମାଲୋଚନା କରିବା ସହ ଲୋକମାନଙ୍କ କଟାଘରେ ମନ୍ତ୍ରୀ ଚୂନ ଲଗାଉଥିବା ସେମାନେ କହିଛନ୍ତି ।