କର୍ମଚାରୀଙ୍କୁ ଅଧିକ ସମୟ ଧରି ଖଟାଇପାରିବେନି କୌଣସି ବି ମାଲିକ: ଓଭର ଟାଇମ୍ କରାଇଲେ ଦେବାକୁ ପଡିବ ଧାର୍ଯ୍ୟ ଟଙ୍କାଠାରୁ ଦୁଇଗୁଣା ଦରମା

933

କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଆପଣଙ୍କର ବିନା ସହମତି ତଥା ଲିଖିତ ଅନୁମତି ବିନା ଆପଣଙ୍କୁ କଂପାନୀରେ ଅଧିକ ସମୟ ଧରି ଖଟାଇପାରିବେ ନାହିଁ କୌଣସି ବି ମାଲିକ । ଯଦି କୌଣସି କର୍ମଚାରୀ ଓଭର ଟାଇମ୍ କରନ୍ତି ତେବେ ତାଙ୍କୁ ତାଙ୍କ ଦରମାର ଦୁଇଗୁଣା କଂପାନୀକୁ ଦେବାକୁ ପଡିବ । ତେବେ ଖୁବ୍ ଶୀଘ୍ର ଏହି ନିୟମ ସାରା ଦେଶରେ ଲାଗୁ କରିବାକୁ ଯାଉଛନ୍ତି ମୋଦି ସରକାର ।

ଯଦି ମୋଦି ସରକାରଙ୍କ ଏହି ପ୍ରସ୍ତାବ ଦେଶରେ ଲାଗୁ ହୋଇଯାଏ ତେବେ କଂପାନୀ ତଥା ବିଭିନ୍ନ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀଙ୍କର ଲିଖିତ ମଂଜୁରୀ ବିନା ସେମାନଙ୍କୁ କଂପାନୀରେ ଓଭରଟାଇମ ଖଟାଇପାରିବେ ନାହିଁ । ଖାଲି ଏତିକି ନୁହେଁ ଯଦି କୌଣସି କର୍ମଚାରୀ ଓଭରଟାଇମ କରନ୍ତି ତେବେ ତାଙ୍କୁ ଉକ୍ତ ଅବଧି ପାଇଁ ଦୁଇଗୁଣା ପାରିଶ୍ରମିକ କଂପାନୀକୁ ଦେବାକୁ ପଡିବ ।

ପେସାଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଦଶା ଉପରେ ସଂହିତା ୨୦୧୯ରେ ଏହି ପ୍ରସ୍ତାବ କରାଯାଇଛି କି ଯଦି କୌଣସି କର୍ମଚାରୀଙ୍କ ସହ ଓଭର ଟାଇମ କରାଯାଉଛି ତେବେ ତାଙ୍କୁ ଏହି ଅବଧି ପାଇଁ ଦୁଇଗୁଣା ମଜୁରୀ ତଥା ଦରମା ଦିଆଯିବା ଉଚିତ । ଏଥିରେ ବେସିକ୍ ପେ, ମହଙ୍ଗା ଭତ୍ତା ଏବଂ ରିଟେନ୍ସନ ପେ ମଧ୍ୟ ସାମିଲ ରହିବ । ଏସଂପର୍କରେ ଏକ ବିଲ୍ କେନ୍ଦ୍ରୀୟ ଶ୍ରମ ତଥା ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତ ସପ୍ତାହରେ ଉପସ୍ଥାପିତ କରିଛନ୍ତି । ଯେଉଁଥିରେ ପ୍ରସ୍ତାବ ରହିଛି କି, ନିଯୁକ୍ତିକର୍ତ୍ତା କୌଣସି ବି କର୍ମଚାରୀଙ୍କ ବିନା ତାଙ୍କର ଲିଖିତ ଅନୁମତିରେ ତାଙ୍କୁ ଓଭର ଟାଇମ କରାଇପାରିବେ ନାହିଁ ।

ନ୍ୟାସନାଲ ଷ୍ଟାଟେଷ୍ଟିକାଲ ଅଫିସ ତଥା ଏନଏସଓର ପିରିୟଡିକ୍ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ମୁତାବକ, ଦେଶରେ ଅଧିକାଂଶ କର୍ମଚାରୀ ସପ୍ତାହରେ ୪୮ ଘଂଟାରୁ ଅଧିକ କାମ କରିଥାନ୍ତି , ଯାହା କି ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ ଦ୍ୱାରା ନିର୍ଧାରିତ ସମୟ ସୀମାରୁ ଅଧିକ ଅଟେ । ସର୍ଭେ ମୁତାବକ, ବେତନଭୋଗୀ ତଥା ନିୟମିତ କର୍ମଚାରୀ ସପ୍ତାହରେ ୫୩ରୁ ୫୬ ଘଂଟା ପର୍ଯ୍ୟନ୍ତ କାମ କରିଥାନ୍ତି । ଏପ୍ରକାରର ସ୍ୱରୋଜଗାରରେ ଲାଗିଥିବା ଲୋକ ସପ୍ତାହରେ ୪୬ରୁ ୫୪ ଘଂଟା ଏବଂ କାଜୁଆଲ ୱାର୍କର ୪୩ରୁ ୪୮ ଘଂଟା ପର୍ଯ୍ୟନ୍ତ କାମ କରିଥାନ୍ତି ।

ତେବେ ଏହି ବିଲର ଫର୍ମାଟକୁ ଗତ ବର୍ଷ ଜନତାଙ୍କ ମତାମତ ପାଇଁ ସାର୍ବଜନୀକ କରାଯାଇଥିଲା । ଯେଉଁଁଥିରେ କୁହାଯାଇଥିଲା କି, ଗୋଟିଏ ଦିନରେ କର୍ମଚାରୀଙ୍କୁ ୧୦ ଘଂଟାରୁ ଅଧିକ କାମ କରାଇପାରିବେ କୌଣସି ବି ମାଲିକ ବା କଂପାନୀ ହେଲେ ବର୍ତ୍ତମାନର ଏହି ବିଲରେ ଏଭଳି କୌଣସି ନିୟମକୁ ସାମିଲ କରାଯାଇନାହିଁ ।