ଉତ୍ତରକୋରିଆର ଲୋକପ୍ରିୟ ନ୍ୟୁଜ୍ ଆଙ୍କର ‘ରି ଚୁଆନ୍’ ! ହାଇଡ୍ରୋଜେନ ବମ୍ ପରୀକ୍ଷଣ ଉପରେ ପ୍ରଥମେ ଖବର ଦେଇଥିବା ମହିଳାଙ୍କ ବିଷୟରେ ଜାଣନ୍ତୁ

81

ଦୁଇ ଦିନ ପୂର୍ବରୁ ସବୁଠୁ ଶକ୍ତିଶାଳୀ ହାଇଡ୍ରୋଜେନ ବମର ପରୀକ୍ଷଣ କରିଛି ଉତ୍ତର କୋରିଆ । ଏଥିଯୋଗୁଁ ଅପ୍ରତ୍ୟାଶିତ ଭାବେ ଥରି ଉଠିଥିଲା ସାରା ପୃଥିବୀ । ତାପରେ ଘୋଷଣା ହେଲା କି ଶକ୍ତିଶାଳୀ ଉଦଜାନ ବୋମା ପରୀକ୍ଷଣ ହୋଇଛି । ତେବେ ଏହି କତାକୁ ପ୍ରଥମେ ଘୋଷଣା କରିତିଲେ ଜଣେ ୭୪ ବର୍ଷ ବୟସ୍କା ଆଙ୍କର । ଉତ୍ତରକୋରିଆର ଲୋକପ୍ରିୟ ତଥା ପ୍ରସିଦ୍ଧ ନିଉଜ ଆଙ୍କର ଉତ୍ତରକୋରିଆର ଷ୍ଟେଟ୍ ଟେଲିଭିଜନରେ ଘୋଷଣା କରିଥିଲେ, ଦେଶର ଷଷ୍ଠ ପରମାଣୁ ପରୀକ୍ଷଣ ସଫଳ ହୋଇଛି । ଏହା ରାଷ୍ଟ୍ରୀୟ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ପୁରଣ କରିବା ପାଇଁ ବହୁତ ମହତ୍ୱପୂର୍ଣ୍ଣ ଥିଲା ବୋଲି ସେ ଖବର ପଢ଼ିବା ସମୟରେ କହିଥିଲେ ।

ରି ଚୁଆନଙ୍କୁ ଏବେ ୭୪ ବର୍ଷ । ଉଦଜାନ ବୋମା ପରୀକ୍ଷଣ ନେଇ ସେ ହିଁ ପ୍ରଥମେ ଘୋଷଣା କରିଥିଲେ । ରି ଚୁଆନପାଖାପାଖି ୪୦ ବର୍ଷ ଧରି କୋରିଆନ ସେଂଟ୍ରାଲ ଟେଲିଭିଜନରେ ଧରି କାମ କରିଆସୁଛନ୍ତି । ସେ ଏହି ଘୋଷଣା ସମୟରେ କୋରିଆର ପାରମ୍ପରିକ ଗୋଲାପୀ ରଙ୍ଗର ପୋଷାକ ପରିଧାନ କରିଥିଲେ । ତେଣୁ ଏବେ ତାଙ୍କୁ ଗୋଲାପୀ ମହିଳା ବୋଲି ମଧ୍ୟ କହୁଛନ୍ତି । ଏନେଇ କିଛି ଲୋକ ତାଙ୍କୁ ନେଇ ମଜାକ ମଧ୍ୟ କରୁଛନ୍ତି । ସେ ଉଦଜାନ ମୋମାର ପରୀକ୍ଷଣ ଘୋଷଣା କରିବା ପରେ ନିଜ ଦେଶର ଭୁରି ଭୁରି ପ୍ରଶଂସା କରିବା ସହ ଦେଶର ତିନି ପିଢ଼ୀ ନେତାଙ୍କ ବିଷୟରେ ବର୍ଣ୍ଣନା କରିଥିଲେ । ଏହାସହ ଶତ୍ରୁ ଦେଶକୁୁ ନିନ୍ଦା ମଧ୍ୟ କରିଥିଲେ ।

ରି ଚୁଆନଙ୍କ କ୍ୟାରିିୟର ଓ ଜୀବନ –
ସେ ୧୯୪୩ରେ ଗୋଟିଏ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ରଏଟରର ସୂଚନା ମୁତାବକ ରି ଚୁଆନଙ୍କ ଖବର ପଢ଼ିବା ଶୈଳି ବହୁତ ଆକର୍ଷଣୀୟ ଯାହା ଦର୍ଶକଙ୍କ ମନକୁ ବେଶ ଛୁଇର୍ପାରେ । ଯେତେବେଳ ରି ଚୁଆନ ଖବର ପଢ଼ିବା ଆରମ୍ଭ କରନ୍ତି ତାଙ୍କ ଶତ୍ରୁମାନେ ମଧ୍ୟ ଥରବାରେ ଲାଗନ୍ତି ।

10୧୯୭୧ରେ ରି ଷ୍ଟେଟ ଟେଲିଭିଜନରେ ଯୋଗ ଦେଇଥିଲେ । ତାପରେ ତାଙ୍କର ଲୋକପ୍ରିୟତା ଆଭ ଅଧିକ ବଢ଼ିବାରେ ଲାଗିଲା । ସେ ଜାତୀୟ ଘଟଣାବଳୀ ଠାରୁ ଆରମ୍ଭ କରି ସରକାରଙ୍କ ଘୋଷଣା ଓ ପାଣିପାଗ ଖବରକୁ ଭଲ ଭାବରେ ଉପସ୍ଥାପିତ କରୁଥିଲେ । ୧୯୯୪ରେ ରି ଚୁଆନ ହିଁ ବର୍ତ୍ତମାନର ଉତ୍ତରକୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ ଅଜାଙ୍କ ମୃତ୍ୟୁ ଖବର ଅଶୃଳଳ ନୟନରେ ଦେଶବାସୀଙ୍କୁ ଶୁଣାଇଥିଲେ ।

ପୁଣି ଥରେ ସେ ୧୭ ବର୍ଷ ପରେ ଖବର ପଢ଼ିଥିଲେ କିମ ଜଙ୍ଗ ଉନଙ୍କ ବାପା ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ଖବର ଶୁଣାଇଥିଲେ । ୨୦୧୨ରେ ସେ କାମରୁ ଅବସର ଗ୍ରହଣ କରିଥିଲେ । କିନ୍ତୁ ତାଙ୍କ କାମକୁ ନଜରରେ ରଖି ଉତ୍ତର କୋରିଆ ସରକାର କିଛିି ବଡ଼ ଧରଣର ତଥା ଗୁରୁତ୍ୱପୂର୍ଣ୍ଣ ଘୋଷଣା ପାଇଁ ତାଙ୍କୁ ସ୍ୱତନ୍ତ୍ର ରୂପେ ନିଯୁକ୍ତି ଦେଇଥିଲେ । ଏବେ ଅନେକ ସୁନ୍ଦର ଓ ଦକ୍ଷ ନିଉଜ ଆଙ୍କର ଥିଲେ ହେଁ ରି ହିଁ ଏହି ଖବର ଭଲରେ ଉପସ୍ଥାପନ କରିବେ ବୋଲି ସମସ୍ତ ଆଶା କରିଥିଲେ । ଉତ୍ତରକୋରିଆ ହିସାବରେ ଏହି ପରୀକ୍ଷଣ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି । ଏପରିସ୍ଥଳେ ରି ହଁ ଖବରକୁ ଭଲରେ ଉପସ୍ଥାପିତ କରିପାରିବେ ବୋଲି ଆଶା ଥିଲା ତାହା ସଫଳ ହୋଇଛି ।

ସୂଚନାଯୋଗ୍ୟ, ହାଇଡ୍ରୋଜେନ ବମର ପରୀକ୍ଷା ସଂପୂର୍ଣ୍ଣ ହୋଇଥିବା ନେଇ ଦେଶବାସୀଙ୍କୁ ନିଜେ ଜଣାଇଥିଲେ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ହାଇଡ୍ରୋଜେନ୍ ବୋମା ସହ ଜଙ୍ଗ ଉନଙ୍କ ଏକ ଫଟୋ ମଧ୍ୟ ନର୍ଥ କୋରିଆର ସରକାରୀ ଗଣମାଧ୍ୟମ ପ୍ରକାଶ କରିଥିଲା । ତେବେ ପରୀକ୍ଷଣ ଯୋଗୁଁ ଭୂମିକମ୍ପ ହୋଇଥିବା ରେକର୍ଡ କରିଥିଲା ବିଭିନ୍ନ ଦେଶର ଭୂତତ୍ୱ ବିଭାଗ ।

ଏହି ପରୀକ୍ଷଣ ଯୋଗୁଁ କମ୍ପି ଉଠିଥିଲା ଜାପାନ, କୋରିଆ ଓ ଚୀନର ସଂଲଗ୍ନ ଉପକୂଳ । ଏହା ଏତେ ବିଧ୍ୱଂସୀ ଥିଲା ଯେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଅଂଚଳରେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିବା ମାପିଛି ଆମେରିକାର ଭୂତତ୍ୱ ବିଭାଗ । ଲାଗ ଲାଗ ଦୁଇଟି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ ୧୦ ସେକେଣ୍ଡ ପାଇଁ ରହିଥିବା ବେଳେ ୪.୯ ଥିଲା ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ।

ନର୍ଥ କୋରିଆର ଏପରି କାରନାମା ସାରା ବିଶ୍ୱକୁ ଚମକାଇ ଦେଇଛି । କୁହାଯାଉଛି ପୂର୍ବରୁ ଏହି ଦେଶ କରିଥିବା ନ୍ୟୁକ୍ଲିୟର ଟେଷ୍ଟଠାରୁ ଏହା ଥିଲା ୧୦ ଗୁଣ ଅଧିକ । ଏପରିକି ଏହାର ବିଧ୍ୱଂସୀ ଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନରେ ପଡିଥିବା ବୋମାଠାରୁ ୭ଗୁଣ ଅଧିକ ବିଧ୍ୱଂସକାରୀ । ଜୁଲାଇରେ ଦୁଇଟି ଦୂରଗାମୀ ଇଂଟର-କଂଟିନେଂଟାଲ ବାଲାଷ୍ଟିକ୍ ମିସାଇଲ ପରୀକ୍ଷା କରିଛି ନର୍ଥ କୋରିଆ । ଯାହା ୧୦ ହଜାର କିଲୋମିଟରକୁ ଟାର୍ଗେଟ କରିପାରିବ । ଯାହା ଆମେରିକାର ଯେକୌଣସି ସହରକୁ ଲକ୍ଷଭେଦ କରିପାରିବ । ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ କହିଛନ୍ତି ଏହି ହାଇଡ୍ରୋଜେନ ବୋମାକୁ ବାଲାଷ୍ଟକ୍ ମିସାଇଲରେ ଖଂଜି ପ୍ରକ୍ଷେପଣ କରିହେବ ।

ଏହି ପରୀକ୍ଷଣ ନେଇ ନର୍ଥକୋରିଆ ପ୍ରକାଶ କରିବା ପରେ କେବଳ ଆମେରିକା ନୁହେଁ ପୂରା ବିଶ୍ୱ ସମୁଦାୟ ତଟସ୍ଥ ହୋଇଯାଇଛି । ସେପଟେ ପ୍ରଥମ ଥର ପାଇଁ ନର୍ଥକୋରିଆର ଏହି ପରୀକ୍ଷଣ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ । ଏହାକୁ ନିନ୍ଦା କରିଥିଲେ ଚୀନ ରାଷ୍ଟ୍ରପତି ଜି. ପିଙ୍ଗ୍ ।