ତୃତୀୟ ବିଶ୍ୱଯୁଦ୍ଧ ହେବା ଥୟ ! ଉତ୍ତର କୋରିଆ କରୁଛି ପ୍ରସ୍ତୁତି

158

କନକ ବ୍ୟୁରୋ : ତୃତୀୟ ବିଶ୍ୱଯୁଦ୍ଧ ଦେଖିବ ସାରା ବିଶ୍ୱ । ଥରିବ ଦୁନିଆ । ଦୋହଲାଇ ଦେବ ଉତ୍ତର କୋରିଆ । ଏମିତି କିଛି ପ୍ରସ୍ତୁତି କରିଛନ୍ତି ତାନା ଶାହ କିମ ଜୋଙ୍ଗ । ଗୋଟିଏ ପରେ ଗୋଟିଏ ହରକତ ଚିନ୍ତାରେ ପକାଇ ଦେଇଛି ସମସ୍ତଙ୍କୁ ।

ଯେତେ ଯାହା କଲେ ବି ଥମ ପଡୁନି ଉତ୍ତର କୋରିଆ । ଗୋଟିଏ ପରେ ଗୋଟିଏ ମିଶାଇଲ ପରୀକ୍ଷଣ ଆଉ ଧମକରେ ଥରାଇ ଦେଉଛି ସାରା ବିଶ୍ୱକୁ । ବାସ୍ତବରେ କଣ ଚାହୁଁଛି ଉତ୍ତରକୋରିଆ । ତୃତୀୟ ବିଶ୍ୱଯୁଦ୍ଧ ପାଇଁ କଣ ସତରେ ପ୍ରସ୍ତୁତି ସରିଛି ।

north korea 2କେତେବେଳେ ଆମେରିକାକୁ ବୋମା ପକାଇ ପାଉଁଶ କରିଦେବାର ଧମକ ଆଉ କେତେବେଳେ ଜାପାନକୁ ସମୁଦ୍ରରେ ବୁଡାଇ ଦେବାକୁ ଚେତାବନୀ । ଦିନକୁ ଦିନ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଉଛି ଉତ୍ତରକୋରିଆ । ପରମାଣୁ ବୋମା ପରୀକ୍ଷଣ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଦାବୀ କରିବା ପରେ ଏଭଳି ହରକତ ଯୋଗୁ ଏବେ ତୃତୀୟ ବିଶ୍ୱଯୁଦ୍ଧ ନେଇ ସମ୍ଭାବନା ସୃଷ୍ଟି କରିଛି । ବାରମ୍ବାର କଟକଣା ପରେ ବି କିଛି କାଟୁ କରୁନି ଉତ୍ତର କୋରିଆ ପାଇଁ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାପ ଓ ଆମେରିକାର ଚେତାବନୀକୁ ବି ଖାତିର କରୁନି ଉତ୍ତର କୋରିଆ ।

ଗୋଟିଏ ପରେ ଗୋଟିଏ ପରୀକ୍ଷଣ ନେଇ ଉତ୍ତର କୋରିଆ ଯେତିକି ଆଗକୁ ବଢ଼ୁଛି, ସେତିକି ସମସ୍ତଙ୍କର ଚିନ୍ତା ବଢ଼ୁଛି । ଲାଗୁଛି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପୁରା ପ୍ରସ୍ତୁତ ଉତ୍ତର କୋରିଆ । ଭୀଷଣ ଯୁଦ୍ଧ ପାଇଁ ତୟାର ଥିବା ଭଳି ମନେ ହେଉଛି । ହେଲେ କାହିଁକି । କଣ ପାଇଁ ନିଜକୁ ଏତେ ଶକ୍ତିଶାଳୀ ଭାବୁଛି ଉତ୍ତର କୋରିଆ । କାହିଁକି ବିଶ୍ୱ ସମୁଦାୟ ଓ ଆମେରିକା ଚାହିଁକି ବି ରୋକିପାରୁ ନାହାଁନ୍ତିି ଗୋଟିଏ ଛୋଟ ଦେଶକୁ ।

କିନ୍ତୁ ଏହାରି ଭିତରେ ବିଶ୍ୱବାସୀ ଆଙ୍କିଲେଣି ଭୟାନକ ଯୁଦ୍ଧର ଚିତ୍ର । ଯଦି ଯୁଦ୍ଧ ହୁଏ ତେବେ କଣ ହେବ । କିଏ କାହା ପଟରେ ରହିବ । କିଏ କାହାକୁ ସମର୍ଥନ କରିବ । ଏକଥା ସମସ୍ତଙ୍କର ମୁଣ୍ଡ ଘୁରାଇ ଦେଇଛି । ଆକଳନ କହୁଛି, ଯଦି ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଚୁପ ବସିବନି ଚୀନ । ଚାଇନା ମିଡିଆ ପୂର୍ବରୁ ଏନେଇ ଇଙ୍ଗିତ ଦେଇ ସାରିଛି । ଆଉ ଦକ୍ଷିଣ କୋରିଆ ଏବଂ ଜାପାନ ବି ହାତରେ ହାତ ଦେଇ ବସିବା ଭଳି ଲାଗୁନି ।

ସେପ୍ଟେମ୍ବର ୩ । କମ୍ପି ଉଠିଥିଲା ଜାପାନ, କୋରିଆ ଓ ଚୀନର ସଂଲଗ୍ନ ଉପକୂଳ । ଏହା ଏତେ ବିଧ୍ୱଂସୀ ଥିଲା ଯେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଅଂଚଳରେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିବା ମାପିଥିଲା ଆମେରିକାର ଭୂତତ୍ୱ ବିଭାଗ । ଲାଗ ଲାଗ ଦୁଇଟି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ ୧୦ ସେକେଣ୍ଡ ପାଇଁ ରହିଥିବା ବେଳେ ୪.୯ ଥିଲା ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ।

ନର୍ଥ କୋରିଆର ଏପରି କାରନାମା ସାରା ବିଶ୍ୱକୁ ଚମକାଇ ଦେଇଥିଲା । କୁହାଯାଉଛି ପୂର୍ବରୁ ଏହି ଦେଶ କରିଥିବା ନ୍ୟୁକ୍ଲିୟର ଟେଷ୍ଟଠାରୁ ଏହା ଥିଲା ୧୦ ଗୁଣ ଅଧିକ । ଏପରିକି ଏହାର ବିଧ୍ୱଂସୀ ଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନରେ ପଡିଥିବା ବୋମାଠାରୁ ୭ଗୁଣ ଅଧିକ ବିଧ୍ୱଂସକାରୀ । ଜୁଲାଇରେ ଦୁଇଟି ଦୂରଗାମୀ ଇଂଟର-କଂଟିନେଂଟାଲ ବାଲାଷ୍ଟିକ୍ ମିସାଇଲ ପରୀକ୍ଷା କରିଛି ନର୍ଥ କୋରିଆ । ଯାହା ୧୦ ହଜାର କିଲୋମିଟରକୁ ଟାର୍ଗେଟ କରିପାରିବ । ଯାହା ଆମେରିକାର ଯେକୌଣସି ସହରକୁ ଲକ୍ଷଭେଦ କରିପାରିବ ।

ଏହି ପରୀକ୍ଷଣ ନେଇ ନର୍ଥକୋରିଆ ପ୍ରକାଶ କରିବା ପରେ କେବଳ ଆମେରିକା ନୁହେଁ ପୂରା ବିଶ୍ୱ ସମୁଦାୟ ତଟସ୍ଥ ହୋଇଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ଆଲୋଚନା କରିଥିଲେ ଜାପାନର ରାଷ୍ଟ୍ରପତି ସିଂଜୋ ଆବେ । ସେପଟେ ପ୍ରଥମ ଥର ପାଇଁ ନର୍ଥକୋରିଆର ଏହି ପରୀକ୍ଷଣ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ । ଏହାକୁ ନିନ୍ଦା କରିଛନ୍ତି ଚୀନ ରାଷ୍ଟ୍ରପତି ଜି. ପିଙ୍ଗ୍ । ବିକ୍ସ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ନର୍ଥକୋରିଆର ଏପରି କାର୍ୟ୍ୟ ଅଡୁଆରେ ପକାଇଦେଇଛି ଚୀନକୁ । କାରଣ ବିଶ୍ୱର ଅଧିକାଂଶ ଦେଶ ବାଣିଜ୍ୟିକ କାରବାର ବନ୍ଦ କରିଦେଇଥିବା ବେଳେ ଉତରକୋରିଆକୁ ୯୦ ପ୍ରତିଶତ ସାମଗ୍ରୀ ରପ୍ତାନୀ କରୁଛି ଚୀନ ।
ସେପଟେ ଋଷିଆ ମଧ୍ୟ କଡ଼ା ଚେତାବନୀ ଦେଇଛି ଉତରକୋରିଆକୁ । ତେବେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ନର୍ଥ କୋରିଆର ଗୋଟିଏ ପରେ ଗୋଟିଏ ବିଧ୍ୱଂସୀକାରୀ ଅସ୍ତ୍ର ପରୀକ୍ଷଣ କରୁଛି । ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟର ଜବାବ ଦେଇ ଆମେରିକାର ଗୁଆମ ଦୀପକୁ ଉଡାଇଦେବାକୁ ଧମକ ଦେଇଥିଲେ ଜଙ୍ଗ୍ ଉନ୍ । ଏପରିକି ଗତ ସପ୍ତାହରେ ଜାପାନ ଉପରେ ଦେଇ ଏକ ମିସାଇଲ ପରୀକ୍ଷା କରିଥିଲା ନର୍ଥକୋରିଆ । ଏବେ ହାଇଡ୍ରୋଜେନ୍ ବୋମା ଫୁଟାଇ ସାରା ବିଶ୍ୱକୁ ଚ୍ୟାଲେଂଜ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ।

ଉତ୍ତର କୋରିଆର ଏକ ଏଜେନ୍ସି ଅନୁଯାୟୀ, ପରମାଣୁ ଆକ୍ରମଣ କରି ଆମେରିକାକୁ ପାଉଁଶ ଓ ଧୂଆଁ କରିଦେବାକୁ ଧମକ ଦେଇଛି ଉତ୍ତରକୋରିଆ । ତା ଛଡା ସହଯୋଗୀ ଜାପାନକୁ ମଧ୍ୟ ପରମାଣୁ ଆକ୍ରମଣ ଦ୍ୱାରା ସମୁଦ୍ରରେ ବୁଡାଇଦେବାକୁ ଚେତାବନୀ ଦେଇଛି ନର୍ଥ କୋରିଆ । ଉତ୍ତର କୋରିଆର କୋରିଆ ଏସିଆ-ପେସିଫିକ୍ ପିସ୍ କମିଟିର ଜଣେ ମୁଖପାତ୍ର ଏହାକୁ ଘୃଣ୍ୟ କଟକଣା ପ୍ରସ୍ତାବ ଏବଂ ଏହା ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ଉପରେ ପ୍ରତିଶୋଧାତ୍ମକ ମନୋଭାବକୁ କଠୋର କରିବ ବୋଲି କହିଛନ୍ତି। ଏପରିକି କିଛି ରାଷ୍ଟ୍ର ଆମେରିକା ଠାରୁ ଲାଞ୍ଚ ନେଇ ବା ଆମେରିକାକୁ ଡରିଯାଇ ଜାତିସଂଘରେ ଦିଆଯାଇଥିବା ପ୍ରସ୍ତାବ ଉପରେ ସହମତି ଦେଇଛନ୍ତି ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କେସିଏନଏ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉତ୍ତରକୋରିଆର ଏକ ସରକାରୀ କମିଟି ଅନୁଯାୟୀ, ଜୁଚେ ପରମାଣୁ ବୋମା ପକାଇ ଜାପାନକୁ ସମୁଦ୍ରରେ ମିଶାଇଦେବା ଉଚିତ୍ । କାରଣ ଜାପାନ ବାରମ୍ବାର ଆମେରିକା କଥାରେ ପରିଚାଳିତ ହେଉଥିବାରୁ ଏଭଳି କରିବା ଆବଶ୍ୟକ । ସେପ୍ଟେମ୍ବର ୩ ତାରିଖରେ ଉତ୍ତର କୋରିଆ ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା ପରୀକ୍ଷଣ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରତିଦିନ ବୟାନବାଜି ଦ୍ୱାରା ଯୁଦ୍ଧର ଧମକ ଦେଉଛନ୍ତି ଉଭୟ ଦେଶ ।

ବୟନ ବ୍ୟବସାୟ ନିଷିଦ୍ଧ କରିବା ଠାରୁ ଆରମ୍ଭ କରି ତୈଳ ଆମଦାନି ନିୟନ୍ତ୍ରଣ କରିବା ଭଳି କଠୋର କଟକଣା ଆଦି ଆଠ ପ୍ରକାରର କଟକଣା ଉତ୍ତର କୋରିଆ ଉପରେ ଲାଗୁକରିବାକୁ ସୋମବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲା। ୧୫ ସଦସ୍ୟ ବିଶିଷ୍ଟ ଏହି ପରିଷଦରେ ଉତ୍ତର କୋରିଆ ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା । ଏହାପରେ ଆମେରିକାକୁ ବୋମା ପକାଇ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଉତ୍ତର କୋରିଆ ଧମକ ଦେଇଥିଲା ।

North-Korea-Latest-News-841773ଉତ୍ତର କୋରିଆକୁ ଏଭଳି ହରକତରୁ ନିଜକୁ ଦୂରେଇ ରଖିବାକୁ ବାରମ୍ବାର ଅପିଲ କରିଛନ୍ତି ଉଭୟ ଚୀନ ଓ ଋଷ । କିନ୍ତୁ ଉତ୍ତର କୋରିଆ ମାନିବାକୁ ନାରାଜ । ହେଲେ ପରିସ୍ଥିତି ଅଧିକ ବିଗିଡି ଯାଇଛି । ଉତ୍ତର କୋରିଆ ବିରୋଧରେ କଡା ପଦକ୍ଷେପ ନେବାକୁ ଚୀନ ଓ ଋଷକୁ କହିଛି ଆମେରିକା । ଉତ୍ତର କୋରିଆ ତୈଳ ପାଇଁ ଚୀନ ଉପରେ ନିର୍ଭର କରିବାକୁ ପଡେ । ଆଉ ଉତ୍ତର କୋରିଆର ଅନେକ ଲୋକଙ୍କ ଭାତହାଣ୍ଡି ଋଷ । ତେଣୁ ଏହି ଦୁଇ ଦେଶ ତୁରନ୍ତ ଉତ୍ତର କୋରିଆକୁ କାବୁ କରିବାକୁ କହିଛି ଆମେରିକା ।

ଯଦିଓ ଏନେଇ ସିଧାସଳଖ ଋଷ କିଛି ପ୍ରତିକ୍ରିୟା ଦେଇନି କିନ୍ତୁ ପରୋକ୍ଷରେ ଏହାକୁ ସମର୍ଥନ କରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଉତ୍ତର କୋରିଆ ବିପକ୍ଷରେ ଯେକୌଣସି କଠିନ ପଦକ୍ଷେପ ପାଇଁ ଋଷ ପ୍ରସ୍ତୁତ । କିନ୍ତୁ ଚୁପ ରହିଛି ଚୀନ । ହେଲେ ସରକାରୀ ମିଡିଆ କହୁଛି ଯଦି ଉତ୍ତର କୋରିଆ ଉପରେ ହମଲା ହୁଏ ତେବେ ଆମେ ଚୁପ ବସିବୁନି । ଅର୍ଥାତ ପରୋକ୍ଷରେ ଆମେରିକାକୁ ବି ଧମକାଇ ଦେଇଛି ଚୀନ ।

ତେବେ ଏ ସବୁ ଭିତରେ ଆଉ ଏକ ପ୍ରଶ୍ନ ସମସ୍ତଙ୍କର ମନରେ ଉଙ୍କି ମାରିଛି । ଉତ୍ତର କୋରିଆ ଏତେ ସାହାସ ପାଉଛି କେଉଁଠୁ । ଏହାର ପ୍ରଛଦ ପଟ୍ଟରେ ଆଉ କିଏ ରହୁନାହିଁ ତ । ତୃତୀୟ ବିଶ୍ୱଯୁଦ୍ଧ ଏକମାତ୍ର ବିକଳ୍ପ କି ଉତ୍ତର କୋରିଆ ସାମ୍ନାରେ । ପରମାଣୁ ପରୀକ୍ଷଣ ପାଇଁ ଏତେ ସାମଗ୍ରୀ ଉତ୍ତର କୋରିଆ ପାଇଲା କୋଉଠୁ । ଚର୍ଚ୍ଚା ହେଉଛି, ଏହାପଛରେ ଚୀନର ସହାୟତା ରହିଛି । କେବଳ ପରମାଣୁ ସାମଗ୍ରୀ ନୁହେଁ ବରଂ ଆର୍ଥିକ ସହାୟତା ବି ଯୋଗାଉଛି ଚୀନ । ତେବେ ଖୁବଶୀଘ୍ର ଏନେଇ ବିଶ୍ୱ ସମୁଦାୟ ଏହାର ମୁକାବିଲା କରିବେ ବୋଲି ଜଣାପଡିଛି ।