ଉତ୍ତର କୋରିଆକୁ ଚୀନର ଝଟକା ! ଜାନୁଆରୀ ସୁଦ୍ଧା ନର୍ଥ କୋରିଆର କମ୍ପାନିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିନପିଙ୍ଗ ସରକାର

32

କନକ ବ୍ୟୁରୋ : ଚୀନରେ କାମ କରୁଥିବା ଉତ୍ତର କୋରିଆର କଂପାନୀଗୁଡିକୁ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିନିପିଙ୍ଗ ସରକାର । ମିଳିତ ଜାତିସଂଘର ପ୍ରତିବନ୍ଧକ ଲାଗୁ କରିବାକୁ ଚୀନ ଏପରି ପଦକ୍ଷେପ ନେଇଛି । ସୂଚନା ମିଳିଛି ଉତ୍ତର କୋରିଆର କଂପାନୀଗୁଡିକ ଜାନୁୟାରୀ ସୁଦ୍ଧା ଚୀନରେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିନ ପିଙ୍ଗ । ଏପରିକି ଚୀନ ଓ ନର୍ଥକୋରିଆର ମିଳିତ ଉଦ୍ୟମରେ ଚାଲୁଥିବା କଂପାନୀଗୁଡିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

missileକେବଳ ଚୀନ ନୁହେଁ ଅନ୍ୟ ଦେଶ ମଧ୍ୟ ଉତ୍ତର କୋରିଆ ଉପରେ କଡା ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଜାତିସଂଘ ଉତ୍ତରକୋରିଆ ଉପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି । ଏହାକୁ ଲକ୍ଷ୍ୟ କରି ମାଲେସିଆ ମଧ୍ୟ କିଛି କଟକଣା ଲଗାଇଛି ଉତ୍ତର କୋରିଆ ଉପରେ । ମାଲେସିଆ ସରକାର ନିଜ ଦେଶର ନାଗରିକଙ୍କୁ ନର୍ଥ କୋରିଆ ଯିବା ଉପରେ କଟକଣା ଜାରି କରିଛି । ମାଲେସିଆ ବିଦେଶ ମନ୍ତ୍ରାଳୟ ଘୋଷଣା କରିଛି ଆଗାମୀ ନୋଟିସ ଆସିବା ଯାଏଁ ଏହି ପ୍ରତିବନ୍ଧକ ଲାଗୁ ରହିବ । ଉତର କୋରିଆର ପରମାଣୁ ମିସାଇଲ ପରୀକ୍ଷଣ ଯୋଗୁଁ ମାଲେସିଆ ଏପରି ପଦକ୍ଷେପ ନେଇଥିବା କହିଛି । ସେହିପରି ମାଲେସିଆ ସମେତ କୁଏତ ଓ ମେକ୍ସିକୋ ନର୍ଥ କୋରିଆର ରାଜଦୂତଙ୍କୁ ବହିଷ୍କାର କରିଛନ୍ତି ।