ଦଶମ ପାସଙ୍କ ପାଇଁ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ ।

438

ଆରଆରବି ତରଫରୁ ୧୯୬୧ ଅପ୍ରେଟିସ୍ ଟ୍ରେନିଙ୍ଗ୍ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ଜାରୀ କରିଛି । ଭାରତୀୟ ରେଳବାଇର ଝାନ୍ସୀ ଡିଭିଜନ୍ ପକ୍ଷରୁ ୪୪୬ ସିଟ୍ ପାଇଁ ବିଜ୍ଞପ୍ତି ଜାରୀ କରାଯାଇଛି । ୪୪୬ ପଦବୀରୁ ୧୨୦ ପଦବୀ ଓବିସି କ୍ୟାଣ୍ଡିଡେଟ୍ ପାଇଁ ଥିବା ବେଳେ ୬୯ ପଦବୀ ଏସସୀ ଏବଂ ୩୪ ଏସଟୀ ପ୍ରାର୍ଥୀଙ୍କ ପାଇଁ ରହିଛି । ତେବେ ଏହି ପଦବୀ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଡିସେମ୍ବର ୧୭ ତାରିଖ ।

ବିବରଣୀ :

ଫିଟର : ୨୨୦ ପଦ

ବେଲ୍ଡର : ୧୧ ପଦ

ମେକାନିକ୍ : ୭୨ ପଦ

ମେକେନିଷ୍ଟ : ୧୧ ପଦ

ପେଣ୍ଟର : ୧୧ ପଦ

କାରପେଣ୍ଟର : ୧୧ ପଦ

ଇଲେକ୍ଟ୍ରିସିଆନ୍ : ୯୯ ପଦ

ବ୍ଲାକ୍ ସ୍ମିଥ୍ : ୧୧ ପଦ

ଯୋଗ୍ୟତା : ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କମ୍ ସେ କମ୍ ୧୦ ମ ପାସ୍ କରିଥିବା ଆବଶ୍ୟକ । ଏହା ସହ ଆଇଟିଆଇ ସାର୍ଟିଫିକେଟ୍ ରହିବା ମଧ୍ୟ ଆବଶ୍ୟକ ।

ବୟସ ସୀମା : ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସସୀମା ୧୫ ରୁ ୨୪ ବର୍ଷ ଭିତରେ ହେବା ଆବଶ୍ୟକ ।

ଏଭଳି କରନ୍ତୁ ଆବେଦନ –

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଏକ ଆପ୍ଲିକେସନ୍ Personnel Dept. (R&D Section) North Central Railway, Jhansi U.P. 284003 ଠିକଣାରେ ପଠାଇବାକୁ ପଡିବ । ୧ ବର୍ଷ ଟ୍ରେନିଙ୍ଗ୍ ସହ ଅଧିକ ଜାଣିବା ପାଇଁ ncr.indianrailways.gov.in ୱେବସାଇଟରେ ଯାଇ ଅଧିକ ଜାଣନ୍ତୁ ।