୧୨ଘଂଟିଆ ତାଳଚେର ବନ୍ଦ: ୪ ଦଫା ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ବନ୍ଦ ଡାକରା

ଦୋକାନ ବଜାର, ସ୍କୁଲ କଲେଜ, ଖଣିଖାଦାନ, ସରକାରୀ ଅଫିସ ସମେତ ଗାଡି ଚଳାଚଳ ବନ୍ଦ

86

କନକ ବ୍ୟୁରୋ: ୪ ଦଫା ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ଆଜି ୧୨ ଘଂଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି । ତାଳଚେରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ଖଣିଖାଦାନ, ସରକାରୀ ଅଫିସ ସମେତ ଗାଡି ଚଳାଚଳ ବନ୍ଦ କରାଯାଇଛି ।

ଭୂତଳ କୋଇଲା ଖଣି ଅସୁରକ୍ଷିତ ସହରବାସୀଙ୍କୁ ବିପଦମୁକ୍ତ କରାଯିବ । ତାଳଚେରକୁ ପ୍ରଦୂଷଣ ମୁକ୍ତ କରିବା, ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ଏବଂ ତାଳଚେରରେ ବିଶୁଦ୍ଧ ପାଣି ଯୋଗାଣ ଦାବିରେ ପରିଷଦ ଏହି ବନ୍ଦ କରିବାକୁ ନିଷ୍ପତି ନେଇଛି ।