ବଢିଲା ବସ ଭଡା, ସାଧାରଣ ଓ ଏକ୍ସପ୍ରେସ ଭଡା ୧ ପଇସା ବୃଦ୍ଧି

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ ଭଡା ବଢାଇଲେ ରାଜ୍ୟସରକାର । ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୧ ପଇସା ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଓ ଏସି ଡିଲିକ୍ସ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ସାଧାରଣ ବସ୍ ଭଡା ୫୭ରୁ ୫୮କୁ ବୃଦ୍ଧି ହୋଇଛି । ଏକ୍ସପ୍ରେସ ୬୦ରୁ ୬୧ ହୋଇଛି । ଡିଲକ୍ସ କିମି ପିଛା ୭୮ରୁ ୮୦ ଏବଂ ଏସି ଡିଲକ୍ସ ୯୯ରୁ ୧ ଟଂକା ୧ ପଇସା ବୃଦ୍ଧି ହୋଇଛି । ଘରୋଇ ବସ ମାଲିକ ସଂଘ ଦେବେଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।