ବଲିଉଡ୍ ମୁଭି ‘ନୁର୍’ ର ଟ୍ରେଲର ରିଲିଜ୍ ! ସିନେମାରେ ସାମ୍ବାଦିକା ଭୁମିକାରେ ନଜର ଆସିଛନ୍ତି ସୋନାକ୍ଷୀ ସିହ୍ନା

34

କନକ ବ୍ୟୁରୋ : ରିଲିଜ ହୋଇଛି ସୋନାକ୍ଷୀ ସିହ୍ନାଙ୍କ ଅଭିନିତ ସିନେମା ‘ନୁର୍’ର ଟ୍ରେଲର । ଏଥିରେ ସୋନାକ୍ଷୀଙ୍କୁ ଜଣେ ସାମ୍ବାଦିକା ଭୁମିକାରେ ଦର୍ଶକ ଦେଖିବାକୁ ପାଇବେ । ‘ନୁର୍’ରେ ସୋନାକ୍ଷୀ ମୁଖ୍ୟ ଭୁମିକାରେ ଅଭିନୟ କରିଥିବାବେଳେ ସୁନୀଲ ସିପ୍ପି ଏହାର ନିର୍ଦେଶନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୨୧ରେ ରିଲିଜ ହେବ ଏହି ସିନେମା ।

ତେବେ ୨୦୧୪ ମସିହାରେ ପ୍ରକାଶିତ ହୋଇଥିବା ଉପନ୍ୟାସ ‘ୟୁ ଆର କିଲିଂ ମି’ର କାହାଣୀକୁ ନେଇ ଏହି ସିନେମାଟିକୁ ପ୍ରସ୍ତୁତ କରାଯାଇଛି । ଏହି ଉପନ୍ୟାସକୁ ଲେଖିଛନ୍ତି ପ୍ରଖ୍ୟାତ ଲେଖିକା ସବା ଇମତିଆଜ୍ । ଏହି ସିନେମାରେ ଲୋକପ୍ରିୟ ଗୀତ ‘ଗୁଲାବୀ ଆଖେଁ ଯୋ ତେରୀ ଦେଖି’ ରିମିକ୍ସ ହୋଇଛି ।