ମହଙ୍ଗା ହେଲା ରନ୍ଧନ ଗ୍ୟାସ ସିଲିଣ୍ଡର !

42

କନକ ବ୍ୟୁରୋ : ପୁଣି ଏଲପିଜି (ରନ୍ଧନ ଗ୍ୟାସ) ସିଲିଣ୍ଡରର ଦର ବୃଦ୍ଧି ଘଟିଛି । ଅଣ-ସବସିଡି ଏଲପିଜି ସିଲିଣ୍ଡର ୯୩ ଟଙ୍କା ଓ ସବସିଡି ସିଲିଣ୍ଡର ୪.୫୬ ଟଙ୍କା ବୃଦ୍ଧି ପାଇଛି । ସେହିପରି ଜେଟର ଜାଳେଣିର ମୂଲ୍ୟ ଲିଟର ପିଛା ୧୦୯୮ ଟଙ୍କା ବଢିବା ଫଳରେ ବିମାନ ଯାତ୍ରା ଦର କିଲୋମିଟର ପିଛା ୧୦୦ଟଙ୍କା ବୃଦ୍ଧି ପାଇଛି ବୋଲି ଘୋଷଣା କରାଯାଇଛି  ।

ଅଏଲ ମାର୍କେଟିଙ୍ଗ କମ୍ପାନି ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ, ଅଣ-ସବସିଡି ଏଲପିଜି ସିଲିଣ୍ଡର (୧୪.୨କିଲୋ)ର ମୂଲ୍ୟ ଦିଲ୍ଲୀରେ ୯୩ ଟଙ୍କା ବୃଦ୍ଧି ପାଇ ୭୪୨ ଟଙ୍କା ହୋଇଯାଇଛି । ସେହିପରି ସବସିଡି ସଂଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୪.୪୬ ଟଙ୍କା ବୃଦ୍ଧି ପାଇ ୪୯୫.୬୯ ଟଙ୍କା ହୋଇଛି । ଏହି ଦର ନଭେମ୍ବର ୧ରୁ ଲାଗୁ ହୋଇଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଏହା ଭାରତରେ ଲାଗୁ ହୋଇଛି ବୋଲି ଗ୍ୟାସ ଓ ତୈଳ ବିତରଣକାରୀ ସଂସ୍ଥାଙ୍କ ପକ୍ଷରୁ କୁହାଯାଇଛି ।