ଆଜି ବସୁଛି ଅଣ ଏନଡିଏ ଦଳଗୁଡ଼ିକର ପ୍ରମୁଖ ବୈଠକ ! ସ୍ଥିର ହୋଇପାରେ ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ

28

କନକ ବ୍ୟୁରୋ : ଆଜି ବସୁଛି ଅଣ ଏନଡିଏ ଦଳଗୁଡ଼ିକର ଏକ ପ୍ରମୁଖ ବୈଠକ । ଆଶା କରାଯାଉଛି ଏହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଜଣେ ପ୍ରର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଆରଜେଡ଼ି ଏବଂ ବାମଦଳ ସମେତ ମୋଟ୍ ୧୮ଟି ରାଜନୈତିକ ଦଳର ପ୍ରତିନିଧି ଏହି ବୈଠକରେ ସାମିଲ ହେଉଛନ୍ତି । ବିହାରରେ ଜେଡିୟୁ ଏବଂ ଆରଜେଡ଼ି ମଧ୍ୟରେ ଦେଖା ଦେଇଥିବା ଫାଟ କାରଣରୁ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି ନିତିଶ କୁମାର ।

ତେବେ ମିଳିଥିବା ସୂଚନା ଅନୁସାରେ ଦଳିତ ନେତା ପ୍ରକାଶ ଆମ୍ବେଦକର ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କ୍ରିଷ୍ଣା ଗାନ୍ଧୀ ଏହି ସଂଭାବନା ତାଲିକାର ଶୀର୍ଷରେ ରହିଛି । ଏପଟେ କଂଗ୍ରେସ, ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିବାରୁ ଅନ୍ୟଦଳ ଗୁଡ଼ିକ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଏଯାଏଁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଏନ୍ଡିଏ ନେତୃତ୍ୱାଧିନ ବିଜେପି ।