ଆଜିଠୁ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ! ସେପଟେ ଏକାଠି ଲଢିବାକୁ କଂଗ୍ରେସର ଆହ୍ୱାନ

18

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପଂଚାୟତ ନିର୍ବାଚନ ପାଇଁ କାଉଂଟଡାଉନ ଆରମ୍ଭ ହେଲାଣି । ଶାସକଦଳ ତଥା ବିଜେଡି ପାଇଁ ପଂଚାୟତ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେପଟେ ପଂଚାୟତ ଲଢେଇ ପାଇଁ ଏକାଠି ହୋଇଛି କଂଗ୍ରେସ । ଦୀର୍ଘଦିନର ଅନ୍ତଦ୍ୱର୍ନ୍ଦ୍ୱ ଭିତରେ ଗତକାଲି ପ୍ରଦେଶ କଂଗ୍ରେସ କମିଟିର ପଂଚାୟତ ପ୍ରସ୍ତୁତି ବୈଠକରେ ପ୍ରାୟ ସବୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ଏବଂ ପଂଚାୟତ ନିର୍ବାଚନ ଏକାଠି ହୋଇ ଲଢିବେ ବୋଲି କହିଥିଲେ ।