ମୈଦାନକୁ ଓହ୍ଲାଇଲେ ଅଶୋକ ! ନାମାଙ୍କନ ଭରିଲେ, ପ୍ରଚାର ପାଇଁ ଅଣ୍ଟା ଭିଡ଼ିଲେ

64

କନକ ବ୍ୟୁରୋ : ବିଜେପୁର ମହାସମର ପାଇଁ ଆରମ୍ଭହେଲା ଲଢେଇ । ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୪ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଶୋକ । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଅଶୋକଙ୍କ ସହ ବିଜେପିର ଅନେକ ରାଜ୍ୟସ୍ତରୀୟ ନେତାଙ୍କୁ ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେ.ବି. ସିଂହଦେଓ, ଗୋଲକ ମହାପାତ୍ର, ପଦ୍ମପୁର ବିଧାୟକ ପ୍ରଦୀନ ପୁରୋହିତଙ୍କ ସହ ବିଜେପିରେ ଯୋଗ ଦେଇଥିବା ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ଥିଲେ ।

BIJEPURନାମାଙ୍କନ ଭରିବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲେ ଅଶୋକ । ଏଭଳି ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଅଶୋକ । ଏହି ବିଶାଳ ଶୋଭାଯାତ୍ରାରେ ଗତକିଛି ଦିନ ପୂର୍ବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନେତା କମ ଅଭିନେତା ମିହିର ଦାସଙ୍କୁ ଦେଖିବାକୁ ମିଳିଥିଲା । ଏହାଛଡା ଅନୁ ଚୌଧୁରୀ ଓ ହରିହର ମହାପାତ୍ରଙ୍କୁ ମଧ୍ୟ ଅଶୋକଙ୍କ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଅଶୋକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଶୋକଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଆଜି ଅଶୋକଙ୍କ ଶୋଭାଯାତ୍ରାରେ ହୋଇଥିବା ଭିଡ କେତେମାତ୍ରାରେ ଭୋଟରେ ରୂପାନ୍ତରିତ ହେଉଛି ତାହା ଦେଖିବା ବାକି ରହିଲା ।