ଶସ୍ତା ହୋଇଗଲା ନୋକିଆର ଏହି ପପୁଲାର ସ୍ମାର୍ଟଫୋନ୍, ଜାଣନ୍ତୁ ଏହାର ନୂଆ ମୂଲ୍ୟ ଓ ଫିଚର୍ସ

370

ନୋକିଆର ପପୁଲାର ବଜେଟ୍ ସ୍ମାର୍ଟଫୋନ୍ ନୋକିଆ ୩.୧ ପ୍ଲସର ମୂଲ୍ୟ କମିଛି । ଗ୍ରାହକ ଏବେ ଏହି ଫୋନକୁ ୧,୫୦୦ ଟଙ୍କା ଶସ୍ତାରେ କିଣିପାରିବେ । ନୋକିଆ ଭାରତରେ ଏହି ଫୋନକୁ ୧୧,୪୯୯ ଟଙ୍କାରେ ଲଂଚ କରିଥିଲା, ଯାହାକୁ ଏବେ ୯,୯୯୯ ଟଙ୍କାରେ ଘରକୁ ନେଇପାରିବେ । ଏହି ଫୋନକୁ ଅଫଲାଇନ୍ ଦୋକନରୁ ମଧ୍ୟ କିଣାଯାଇପାରିବ । ନୋକିଆ ୩.୧ ପ୍ଲସ ଗତ ବର୍ଷରେ ଲଂଚ କରାଯାଇଥିଲା । ଏହି ଫୋନ୍ ଆଣ୍ଡ୍ରଏଡ ୱାନକୁ ସପୋର୍ଟ କରେ ।

ଫୋନରେ ୬ ଇଂଚର ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି, ଯାହାର ସ୍ୱରୂପ ଅନୁପାତ ୧୮:୯ । ଫୋନରେ ମିଡିଆଟେକ୍ ର ହାଲିୟୋ ପି୨୨ ପ୍ରୋସେସର, ୩ଜିବି ରାମ୍ ଓ ୩୨ ଜିବିର ଷ୍ଟୋରେଜ୍ ଦିଆଯାଇଛି । ଯାହାକୁ ୪୦୦ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫୋନରେ ରିଅଲ ଡୁଆଲ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ ଗୋଟିଏ ଲେନ୍ସ ୧୩ ମେଗାପିକ୍ସଲ ଓ ଅନ୍ୟଟି ୫ ମେଗାପିକ୍ସଲ । ଏଥିରେ ସେଲଫି ପାଇଁ ୮ ମେଗାପିକ୍ସଲ କ୍ୟାମେରା ଅଛି । ପାୱାର ପାଇଁ ଫୋନରେ ୩୫୦୦ ଏମଏଏଚର ବ୍ୟାଟେରୀ ଦିଆଯାଇଛି । ଫୋନରେ ସଂଯୋଗତା ପାଇଁ ୪ଜି VoLTE , ୱାଇ ଫାଇ, ବ୍ଲୁଟୁଥ ୪.୧, ଜିପିଏସ୍, ମାଇକ୍ରୋ ୟୁଏସବି ଓ ୩.୫ ଏମଏମର ହେଡଫୋନ୍ ଜ୍ୟାକ୍ ।