ଆସିଗଲା ଟାୟାର୍ କିଲର୍ସ ! ବିପରୀତ ଦିଗରୁ ଗାଡ଼ି ଆଣିଲେ ଫାଟିବ ଗାଡ଼ିର ଟାୟାର

1,386

ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ଭୁଲ୍ ରାସ୍ତାରେ ଯିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଭଳି ବେଆଇନ ଚାଳନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ କିଛି ସୁଫଳ ହେଉନାହିଁ । କଲେଜ୍ ପଢ଼ୁଆ ପିଲାଙ୍କ ପାଇଁ ଟ୍ରାଫିକ୍ ନିୟମ ଭାଙ୍ଗିବା ଯେପରି ଗର୍ବର ବିଷୟ ହୋଇଛି ।

 

ନିକଟରେ ରାଜଧାନୀ ଦିଲ୍ଲୀରେ ଟ୍ରାଫିଳ ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏବେ ଦିଲ୍ଲୀର ନୋଏଡ଼ା ସଡ଼କରେ ବପିରୀତ ଦିଗରୁ ଗାଡ଼ି ଆଣୁଥିବା ଲୋକଙ୍କୁ ବୁଦ୍ଧି ଶିଖାଇବା ପାଇଁ ଲଗାଯାଇଛି ଟାୟର କିଲର୍ସ । ଟାୟାର କିଲର୍ସ ସ୍ପିଡ଼୍ ବ୍ରେକର ପରି । ନୋଏଡ଼ା ସଡ଼କରେ ଏବେ ଲାଗିଛି ମୁନିଆ ଲୁହା । ଆପଣଙ୍କ ଗାଡ଼ି ଠିକ ରାସ୍ତାରେ ଗଲେ ଆପଣଙ୍କ ଗାଡ଼ିକୁ କୌଣସି କ୍ଷତି ପହଞ୍ଚିବ ନାହିଁ । କିନ୍ତୁ ଭୁଲ ଦିଗ ଗାଡ଼ି ଚଳାଇ ଗଲେ ଆପଣଙ୍କୁ ତ୍ରାହି ମିଳିବ ନାହିଁ । ଭୁଲରାସ୍ତାରେ ଗଲେ ଆପଣଙ୍କ ଟାୟାର ଫାଟିଯିବ ।

ଏହା ପୂର୍ବରୁ ପୁଣେରେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି । ତେବେ ଟାୟାର କିଲର୍ସ ଯୋଗୁଁ ସେଠାରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଲଗାତାର ଦୁର୍ଘଟଣା ପରେ ରାସ୍ତାରୁ ଟାୟାର କିଲର୍ସକୁ ହଟାଇ ଦିଆଯାଇଥିଲା । ଏବେ ନୋଏଡ଼ା ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପାଇଁ ଟାୟାର କିଲର୍ସ ଲଗାଇବା ଆରମ୍ଭ କରିଛି ।