ଭାରତର ଥିବା ଜେଲଗୁଡିକର ଅବସ୍ଥା ଭଲ ନଥିବା ହେତୁ ବିଦେଶରୁ ଆସିବାକୁ ଚାହୁଁନାହାନ୍ତି ମାଲ୍ୟା ! କହିଲେ ଏପରି ଜେଲରେ ରହିଲେ ମାନବ।ଧିକାର ହେବ ଖନନ।

46

କେନକ ବ୍ୟୁରୋ : ଭାରତର ବ୍ୟାଙ୍କ ଗୁଡିକରୁ ପ୍ରଥମେ ଟଙ୍କା ଋଣ କରିଥିଲେ କିଙ୍ଗଫିସର ମାଲିକ ବିଜୟ ମାଲ୍ୟା । ପରେ ପରେ ଟଙ୍କାର ଅଭାବ ହେବାରୁ କୈାଣସି ବ୍ୟାଙ୍କର ଋଣ ପରିଶୋଧ କରିପାରିନଥିଲେ ମାଲ୍ୟା । ଏହାପରେ ବିଦେଶକୁ ଚାଲିଗଲେ । ହେଲେ ଭାରତର ବ୍ୟାଙ୍କ ଗୁଡିକ ନିଜର ଅର୍ଥ ଫେରସ୍ତ ପାଇଲେ ନାହିଁ । ତେଣୁ ଗୋଟେ ପ୍ରକାର ଦେବାଳିୟା ସ୍ଥିତିରେ ଦେଶର ସମସ୍ତ ବ୍ୟାଙ୍କ ଗୁଡିକ ରହିଲେ । ପରେ ବିଦେଶରେ ରହି ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ବ୍ୟାଙ୍ଗ ଗୁଡିକୁ ଚିଠି ଲେଖିଥିଲେ ବୋଲି କହିଲେ ମାଲ୍ୟା । ତେବେ ସେଠାକାର କୋର୍ଟ ମଧ୍ୟ ମାଲ୍ୟାଙ୍କର ସେଠାରେ ଥିବା ବ୍ୟବସାୟ ଉପରେ ଚଢାଉ କରିବା ଲାଗି ନିର୍ଦ୍ଦେଶ ଦେିଥିଲେ । ବର୍ତ୍ତମାନ ସମୟରେ ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହାସହ ଶିଳ୍ପପତି ବିଜୟ ମାଲ୍ୟାଙ୍କ ଜାମିନକୁ ଲଣ୍ଡନର ଏକ କୋର୍ଟ ଆଜି ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ସେଠାକାର କୋର୍ଟ । ତେବେ ଭାରତ ସରକରଙ୍କୁ କହିଛନ୍ତି ଯେ, ମୁମ୍ବାଇର ଆର୍ଥର ରୋଡ ଜେଲର ଏକ ଭିଡିଓ ପଠାଇବାକୁ ଓ ସେହି ଭିଡିଓ ସେଠାକାର କୋର୍ଟ ଦେଖିବେ । ତେବେ ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ମଧ୍ୟ ଏହି ଭିଡ଼ିଓ ପଠାଇବାକୁ ରାଜି ହୋଇଛନ୍ତି ।

 

ଏହା ପୂର୍ବରୁ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଭାରତର ଜେଲ ଗୁଡ଼ିକର ଅବସ୍ଥା ଭଲନାହିଁ, ଏଣୁ ପ୍ରତ୍ୟାର୍ପଣ କଲେ ମାଲ୍ୟାଙ୍କ ମାନବ ଅଧିକାରର ଖନନ ହେବ । ଏହାର ଜବାବରେ ମାଜିଷ୍ଟ୍ରେଟ ଏମା ଆରର୍ବଟନଟ ଭାରତ ସରକାରଙ୍କୁ ମୁମ୍ବାଇର ଅର୍ଥର ରୋଡ ଜେଲର ଭିଡିଓ ପଠାଇବାକୁ କହିଥିଲେ । ଜେଲର ଅବସ୍ଥାକୁ ନେଇ କୋର୍ଟ ସନ୍ତୁଷ୍ଟ ହେଲେ ତାଙ୍କର ଭାରତ ପ୍ରତ୍ୟାର୍ପଣ ସହଜ ହେବ । କୋର୍ଟରୁ ବାହାରିବା ପରେ ମାଲ୍ୟା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କୁ ମିଥ୍ୟାରେ ଫସାଇଦିଆଯାଉଛି । ସେ ୨୦୧୫ରୁ ଋଣ ପରିଶୋଧ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ପ୍ରକୃତରେ ପଳାତକ ମାଲ୍ୟା କେବେ ଭାରତ ଫେରିବେ ସେନେଇ କୈାଣସି ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଭାରତର ବ୍ୟାଙ୍ଗ ଗୁଡିକ ମାଲ୍ୟାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ସୂଚନା ମିଳିଛି ।