ସୀମା ଟପିଲେ ନେତା: ନିର୍ବାଚନୀ ପୂର୍ବରୁ ଜୋରଧରିଲା ଡାର୍ଟି ପଲିଟିକ୍ସ, ପ୍ରଧାନମନ୍ତ୍ରୀଙ୍କ ବାପା କିଏ ବୋଲି ପ୍ରଶ୍ନ କଲେ କଂଗ୍ରେସ୍ ନେତା

ମୋଦିଙ୍କ ଉତ୍ତର ନାମଦାର ପରିବାରର ଗୁଣଗାନ ନକରି ବିତର୍କ କର

145

କନକ ବ୍ୟୁରୋ: ନିର୍ବାଚନୀ ପୂର୍ବରୁ ଜୋରଧରିଲା ଡାର୍ଟି ପଲିଟିକ୍ସ । ରାଜ୍ ବବର୍, ସି.ପି ଯୋଶୀଙ୍କ ପରେ ପୁଣି ଜଣେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟକ୍ତିଗତ ହମଲା କରିଛନ୍ତି । ପୂବର୍ତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବିଲାସ୍ ମୁଟେମୱାର, ପ୍ରଧାନମନ୍ତ୍ରୀଙ୍କ ବାପା କିଏ ବୋଲି ପ୍ରଶ୍ନ କରିଛନ୍ତି । ରାଜସ୍ତାନର ଏକ ଦଳୀୟ କାର୍ଯ୍ୟକ୍ରମରେ ଗାନ୍ଧୀ ପରିବାରକୁ ପ୍ରଶଂସା କରିବାକୁ ଯାଇ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାପା କିଏ ଏବଂ ତାଙ୍କୁ କିଏ ଜାଣିଛି ବୋଲି କହିଛନ୍ତି ।

ସେ କହିଛନ୍ତି-ଜବାହାର ଲାଲ୍ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜିବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏମିତି ୫ଟି ପୀଢ଼ିକୁ ଲୋକ ଜାଣଛନ୍ତି । ଏମାନେ କ’ଣ କରିଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି ଜବାବ୍ ମାଗୁଛନ୍ତି । ଯାହାଙ୍କ ବାପାଙ୍କୁ କିଏ ଜାଣନ୍ତି ନାହିଁ ବୋଲି ବିଲାସ୍ ମୁଟେମ୍ୱାର କହିଛନ୍ତି । ଏହି ବ୍ୟକ୍ତିଗତ ଆକ୍ଷେପର ଜବାବ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

source : Zee News – India.com

ମୋଦି କହିଛନ୍ତି- ରାଜନୀତି ପାଇଁ ଏମାନେ ତାଙ୍କ ବାପାଙ୍କୁ ଟାଣିଛନ୍ତି, ଯାହାଙ୍କର ୩୦ ବର୍ଷ ପୂର୍ବରୁ ଦେହାନ୍ତ ହୋଇସାରିଛି । ନାମ୍ଦାର ପରିବାରକୁ ସୁରକ୍ଷା ଦେବା ପାଇଁ ଏଭଳି ବୟାନବାଜୀ କରିବା ପରିବର୍ତେ ଖୋଲା ବିତର୍କକୁ ଆସନ୍ତୁ ବୋଲି ମୋଦି ଆହ୍ୱାନ କରିଛନ୍ତି । ୪ ପୀଢ଼ିର କଂଗ୍ରେସ ଶାସନ ଏବଂ ସାଢ଼େ ୪ ବର୍ଷର ବିଜେପି ଶାସନରେ ବିକାଶ ପ୍ରସଙ୍ଗକୁ ନେଇ ଆସନ୍ତୁ ବିତର୍କ କହିବା ବୋଲି ମୋଦି କହିଛନ୍ତି ।