ସ୍ୱାସ୍ଥ୍ୟ ସେବା, ସ୍କୁଲ ନାମଲେଖା ଓ ରାସନ ସାମଗ୍ରୀ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର ନମ୍ବର ! ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଆଧାର କର୍ତ୍ତୃପକ୍ଷ

27

କନକ ବ୍ୟୁରୋ: ଆଧାର ମାମଲାରେ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ୟୁଆଇଡିଏଆଇ । ଆଧାର ନମ୍ବର ନଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବା, ସ୍କୁଲ ନାମଲେଖା ଓ ରାସନ ସାମଗ୍ରୀ ପ୍ରଦାନରେ ଲୋକଙ୍କୁ ହଇରାଣ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଧାର କର୍ତ୍ତୃପକ୍ଷ ।

ଆଧାର କାର୍ଡ ନଥିବାରୁ ଏସବୁ ସେବା କ୍ଷେତ୍ରରେ ଲୋକଙ୍କୁ ହଇରାଣ କରାଯାଉଥିବା ନେଇ ବିଭିନ୍ନ ଗଣମାଧମ ରିପୋର୍ଟକୁ ଆଧାର କରି ଏଭଳି ଚିଠି କରିଛନ୍ତି ଆଧାର କର୍ତ୍ତୃପକ୍ଷ । ଆଧାର ଆଇନ ୨୦୧୬ର ଅନୁଚ୍ଛେଦ ୭ରେ ଥିବା ନିୟମକୁ କଡାକଡି ପାଳନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଆଧାର କର୍ତ୍ତୃପକ୍ଷ ।