ୱାର୍କିଂ ଡେ’ରେ ଡ୍ୟୁଟି ନାହିଁ ତ ଦରମା ନାହିଁ ! ସରକାରୀ ବାବୁଙ୍କୁ ଏମିତି ନିର୍ଦେଶ ଜାରି କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ

1

କନକ ବ୍ୟୁରୋ : ୱାର୍କିଂ ଡେ’ରେ ଡ୍ୟୁଟି ନାହିଁ ତ ଦରମା ନାହିଁ । ସରକାରୀ ବାବୁଙ୍କୁ ଏମିତି ନିର୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକରେ ଯୋଗ ଦେଇନଥିବା ସରକାରୀ ବାବୁଙ୍କର ଗୋଟିଏ ଦିନର ଦରମା କାଟି ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଆଗକୁ ଯେଉଁ ଅଧିକାରୀ ହୁଅନ୍ତୁ ବା କର୍ମଚାରୀ ଏଭଳି ବୈଠକରେ ଅନୁପସ୍ଥିତ ରହିବେ ସେମାନଙ୍କ ସେହି ଦିନର ଦରମା ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି ।

Comments are closed.