ଆଉ ଚାଲିବନି ପ୍ଲାଷ୍ଟିକ୍ ପ୍ଲେଟ୍ : ସମସ୍ତ କର୍ମଶାଳାରେ ବ୍ୟବହାର ହେବ ଶାଳପତ୍ର ତିଆରି ଖଲି ଓ ଠୁଙ୍ଗା

844

କନକ ବ୍ୟୁରୋ : ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏବେ ପ୍ରୟାସ ଆରମ୍ଭ କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । କେବଳ ପ୍ଲାଷ୍ଟିକ ମୁକ୍ତ ପାଇଁ ପ୍ରୟାସ କରିନି ବରଂ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଶାଳ ପତ୍ରରେ ପ୍ରସ୍ତୁତ ଖଲି ଓ ଠୁଙ୍ଗାକୁ ପ୍ରୋତ୍ସାହନ ଦେବାକୁ ନୂଆ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଯେ କୌଣସି କର୍ମଶାଳା ବା ବୈଠକ ହେଲେ ଏଥିରେ ଖାଦ୍ୟ ପରଷିବା ପାଇଁ କୌଣସି ପ୍ଲାଷ୍ଟିକ ପ୍ଲେଟ ବ୍ୟବହାର କରାଯିବ ନାହିଁ ବରଂ ଶାଳ ପାତ୍ରରେ ପ୍ରସ୍ତୁତ ଠୁଙ୍ଗା ହିଁ ବ୍ୟବହାର କରାଯିବ । ସେହିପରି ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଖଲି ଓ ଠୁଙ୍ଗା ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆଯିବ ।

ଏହି କ୍ରମରେ ଏବେ ଏସଏଚଜି ସଦସ୍ୟାମାନେ ଏବେ ଶାଳ ପତ୍ରରେ ଖଲି ଓ ଠୁଙ୍ଗା ପ୍ରସ୍ତୁତ କରିବାର ପ୍ରୟାସରେ ଲାଗିପଡିଛନ୍ତି । ବଡ କଥା ହେଉଛି ଯେ ଏହା ଦ୍ୱାରା କେବଳ ପରିବେଶ ପ୍ରଦୂଷଣ ହେବାରୁ ରୋକାଯିବନି ବରଂ ନିଯୁକ୍ତି ଓ ରୋଜଗାର ମଧ୍ୟ ସୃଷ୍ଟି କରାଯାଇପାରିବ ।