ମୋଦି ସରକାରଙ୍କ ନୂଆ ପ୍ଲାନ୍ ଆରମ୍ଭ ! ହାଇୱେରେ ଖୁବଶୀଘ୍ର ବନ୍ଦ ହେବ ଟୋଲ୍ ପ୍ଲାଜା,ଗାଡିରେ ଲାଗିବ ଓବିୟୁ ।

327

ହାଇୱେରେ ଏବେ ଆପଣଙ୍କୁ ଟୋଲ୍ ପାଇଁ କେବଳ ସେତିକି ଟଙ୍କା ହିଁ ଦେବାକୁ ପଡିବ ଯେତେ ଯାତ୍ରା ଆପଣ କରିଛନ୍ତି । ଅର୍ଥାତ୍ ଯଦି ଆପଣ ଯାତ୍ରା ମଧ୍ୟରେ ଟୋଲ୍ ରୁ ବାହାର ହେବାକୁ ଚାହୁଁଛନ୍ତି ତେବେ ସମ୍ପୁର୍ଣ୍ଣ ଟୋଲ୍ ଚାର୍ଜ ନେବ ନାହିଁ । ଏହାସହ ଟୋଲ୍ ପ୍ଲାଜାରେ ଅଟକିବାକୁ ମଧ୍ୟ ପଡିବ ନାହିଁ । ଏତଦ୍ ବ୍ୟତିତ ଏହି ଟୋଲ୍ ଗୁଡିକୁ ଖୁବଶୀଘ୍ର ହିଁ ରୋକିବାକୁ ପ୍ରସ୍ତୁତି ଚାଲିଛି । ନ୍ୟାସନାଲ୍ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) ‘ପେ ଆଜ୍ ୟୁ ଗୋ’ ପଲିସିକୁ ଦେଶର ସବୁ ବଡ ରାଜପଥ ଉପରେ ଲାଗୁ କରିବାକୁ ଯାଉଛି ।

କ’ଣ ଏହି ‘ପେ ଆଜ୍ ୟୁ ଗୋ’ ପଲିସି ?

୧ . ‘ପେ ଆଜ୍ ୟୁ ଗୋ’ ପଲିସି ଦେଶର ସବୁ ବଡ ହାଇୱେରେ ଲାଗୁ ହେବ ।

୨ . ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ୱେରେ ପାଇଲେଟ୍ ପ୍ରୋଜେକ୍ଟ ଚାଲିଛି ।

୩ . ଯେତେ ଦୂରର ରାସ୍ତା ଆପଣ ଯାଇଛନ୍ତି ସେତିକି ଟଙ୍କା ହିଁ ଆପଣଙ୍କୁ ଦେବାକୁ ପଡିବ ।

୪ . ଗାଡିରେ ଅନ୍ ବୋର୍ଡ ୟୁନିଟ୍ (ଓବିୟୁ) ଲାଗିବ ।

୫ . ହାଇୱେ ଉପରେ ଯାତ୍ରା ଶେଷ ହେବା ପରେ ଖାତାରେ ଆପେ ଆପେ ଟୋଲ୍ ଭୁଗତାନ୍ ହୋଇଯିବ ।

୬ . ସଡକ ପରିବହନ ମନ୍ତ୍ରାଳୟ ଖୁବଶୀଘ୍ର ଏଥିପାଇଁ ନୋଟିଫିକେସନ୍ ଜାରୀ କରିବେ ।