କୋଣାର୍କର ସୁରକ୍ଷା ପ୍ରସଙ୍ଗକୁ ବାଏଁ ବାଏଁ ଉଡାଇଦେଲେ କେନ୍ଦ୍ରମନ୍ତ୍ରୀ ! ଉଚ୍ଚସ୍ତରୀୟ ବୈଠକ ପରେ ମନ୍ଦିର ସୁରକ୍ଷିତ ଥିବା କହିଲେ ମହେଶ ଶର୍ମା ।

97

କନକ ବ୍ୟୁରୋ : କୋଣାର୍କର ସୁରକ୍ଷା ନେଇ ଉଠିଥିବା ଆଶଙ୍କାକୁ ବାଏଁ ବାଏଁ କରି ଉଡାଇଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୋଣାର୍କର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ । ତେବେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥିରେ ସନ୍ତୁଷ୍ଟ ନହୋଇ ଏକ ଆନ୍ତର୍ଜାତୀୟ ଏକ୍ସପର୍ଟ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲା । ଏଥିରେ ରାଜି ହୋଇଥିଲେ କେନ୍ଦ୍ରମନ୍ତ୍ରୀ ।

୭୦୦ବର୍ଷ ପୁରୁଣା କୋଣାର୍କ ମନ୍ଦିରର କିର୍ତିରାଜି ଅବକ୍ଷୟ ହେଉଥିବା ନେଇ ସାରା ଓଡିଶାରେ ଚିନ୍ତା ଖେଳି ଯାଇଛି । ଏହାକୁ ରକ୍ଷା କରାଯାଇପାରିବ କି ନାହିଁ ତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଆଉ ଏତିକି ବେଳେ କୋଣାର୍କ ପ୍ରତି କୌଣସି ବିପଦ ନାହିଁ  ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । କୋଣାର୍କର ସୁରକ୍ଷା ସୂଚକାଙ୍କ ୪୬୯ ରହିବା କଥା । ବର୍ତମାନ ଏହା ୨୩୨୩ ରହିଛି ।

ଯାହାକି ସୂଚକାଙ୍କ ଯେତିକି ରହିବା କଥା ତାର ୫ ଗୁଣ ଅଧିକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ କୋଣାର୍କର ମୋନୁମେଂଟ ବା କିର୍ତିରାଜିର ସୁରକ୍ଷା ନେଇ ଉଠିଥିବା ପ୍ରଶ୍ନ ଉପରେ ବୈଠକରେ ଗୁରୁତର ସହ ଆଲୋଚନା ହୋଇଥିଲା । ଏକ ଅନ୍ତର୍ଜାତୀୟ ଏକ୍ସପର୍ଟ କମିଟି ଗଠନ ହେବ । ଏହି କମିଟି ସର୍ଭେ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏଥିସହ ନବଗ୍ରହ ମନ୍ଦିରରେ ଯାତାୟାତ, ଝାଉଁଗଛକୁ ନେଇ ଉପୁଜିଥିବା ସମସ୍ୟା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ରାଜି ହୋଇଛନ୍ତି । ମନ୍ଦିର ଭିତରୁ ପଥର ଖସିବା ନେଇ ସିବିଆରଆଇ ଦେଇଥିବା ରିପୋର୍ଟ ଅନୁସାରେ କାମ କରାଯିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । କୋଣାର୍କ ମନ୍ଦିର ତଥା ଏହାର ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ନିକଟକୁ ଚିଠି ଲେଖିଥିଲେ । ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆଜି ରାଜ୍ୟ ଅତିଥି ଭବନରେ ବସିଥିଲା କୋଣାର୍କ ସୁରକ୍ଷା ସମ୍ପର୍କିତ ବୈଠକ ।