କୋଣାର୍କ ମନ୍ଦିରରେ ସାଦା ପଥର ଲାଗିବା ପ୍ରସଙ୍ଗ । ଏଏସଆଇ ସଫେଇ ପରେ ଆଜି କୋଣାର୍କ ସୁରକ୍ଷା ସମ୍ପର୍କରେ ସଚିବାଳୟରେ ବୈଠକ

ନିଷ୍ପତି ଉପରେ ରହିଛି ସମସ୍ତଙ୍କ ନଜର

135

କନକ ବ୍ୟୁରୋ: କୋଣାର୍କ ସୁରକ୍ଷା ସମ୍ପର୍କରେ ଆଜି ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହେବ । ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢି ସାଦା ପଥର ଲଗାଯିବା ନେଇ ଏସଏସଆଇର ସଫେଇ ପରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବୈଠକକୁ ଉନ୍ନୟନ କମିଶନର, ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ପୁରୀ ଜିଲ୍ଲାପାଳ, କାକଟପୁର ଓ ନିମାପଡା ବିଧାୟକ ଓ ଏଏସଆଇ ଅଧିକାରୀ ଉପସ୍ଥିତ ରହିବେ । ବୈଠକରେ ଜଣାଶୁଣା ବିଶେଷଜ୍ଞକୁ ବି ଆମନ୍ତ୍ରଣ କରାଯାଇଛି । କୋଣାର୍କ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିସାରିଛନ୍ତି ।

ବିଶ୍ୱପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି କାଢିନେବା ପରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ୱର ଉଠିଥିଲା । ଏହା ପରେ ସଂସ୍କୃତି ମନ୍ତ୍ରୀ ତନାଘନା ଆରମ୍ଭ କରିଛନ୍ତି । କୋଣାର୍କରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ବଦଳରେ ଲାଗିଥିଲା ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ହଜି ଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଥିବା ଦେଖିବାକୁ ମିଳିଛି ।

ଅଣଓଡିଆ ଏଏସଆଇ ଅଧିକାରୀଙ୍କ ହାତରେ କୋଣାର୍କ ମନ୍ଦିରର ଭାଗ୍ୟ ରହିଥିବା ଚର୍ଚ୍ଚା ହୋଇଥିଲା । କାରଣ ମରାମତି ନାଁରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସବୁ ହଟାଯାଇ ସାଧା ପଥର ସବୁ ଲଗାଯାଉଛି । ଲୁହା ରଡ୍ ଭାରାରେ ଘୋଡେଇ ରଖି ବର୍ଷ ବର୍ଷ ଧରି ଚାଲିଛି ମରାମତି କାର୍ଯ୍ୟ ।