ବିନା ଇଣ୍ଟରନେଟରେ କରନ୍ତୁ ଅନଲାଇନ୍ ଟ୍ରାନଜାକ୍ସନ୍ ! ପେ ଟିଏମର ବିଶେଷ ସୁବିଧା

42

ଇ – ୱାଲେଟ୍ ଆପ୍ ପେ ଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏହି ଆପ୍ ଜରିଆରେ ଅନଲାଇନ୍ ଟ୍ରାନଜାକ୍ସନ୍ କରୁଥିବା ଲୋକଙ୍କୁ ଆଉ ନେଟ୍ ପ୍ୟାକ୍ କିମ୍ବା ସ୍ମାର୍ଟ ଫୋନ୍ ବ୍ୟବାହାର କରିବାକୁ ପଡିବ ନାହିଁ । ବିନା ସ୍ମାର୍ଟ ଫୋନରେ କରି ପାରିବେ ପେମେଂଟ୍ । କାରଣ କମ୍ପାନୀ ଅଣିଛି ତାର ଗ୍ରାହକ ମାନଙ୍କ ପାଇଁ ବିଶେଷ ସୁବିଧା । ପେ ଟିଏମ୍ ଏକ ଟୋଲ୍ ଫ୍ରି ନମ୍ବର ୧୮୦୦ ୧୮୦୦ ୧୨୩୪ ଜାରି କରିଛି । ଉଭୟ ଗ୍ରାହକ ଓ ବ୍ୟବସାୟୀ ଏହି ନମ୍ବର ବ୍ୟବହାର କରି ଟ୍ରାନଜାକ୍ସନ୍ କରିପାରିବେ ।

ତେବେ ଏହି ନମ୍ବର ବ୍ୟବହାର କରିବା ପାଇଁ ହେଲେ ଉଭୟଙ୍କୁ ପ୍ରଥମେ ନିଜ ମୋବାଇଲ ନମ୍ବର ଜରିଆରେ ପେ ଟିଏମରେ ପଂଜିକରଣ କରିବାକୁ ପଡିବ । ଆଉ ପଂଜିକରଣ ସରିବା ପରେ କମ୍ପାନୀ ପକ୍ଷରୁ ଏକ ୪ ଟିକିଆ ପେଟିଏମ୍ ପିନ୍ ନମ୍ବର ମିଳିବ । ତାପରେ ଉପଭୋକ୍ତା ନିଜ ମୋବାଇଲ୍ ନମ୍ବର, ଏମାଉଂଟ୍ ଏବଂ ପେଟିଏମ୍ ପିନ୍ ବ୍ୟବହାର କରି ଟ୍ରାନଜାକ୍ସନ୍ କରିପାରିବେ । ତେବେ ପେ ଟିଏମର ଏହି ଟୋଲ୍ ଫ୍ରିି ନମ୍ବରକୁ ନିଜ ପଂଜିକରଣ ମୋବାଇଲ୍ ନମ୍ବରରୁ ଫୋନ୍ କଲେ ହିଁ ସୁବିଧା ପାଇ ପାରିବେ ।

ତେବେ ପେ ଟିଏମ୍ ୱାଲେଟରେ ଟଙ୍କା ରଖିବା ପାଇଁ ହେଲେ ଉପଭୋକ୍ତାଙ୍କୁ ଏହାର ଆପ୍ କିମ୍ବା ୱେବ୍ ସାଇଟକୁ ଯାଇ ଲଗ ଇନ୍ କରି ପାରିବେ ।