ଡିସେମ୍ବର ୩୧ ଯାଏଁ ଅନଲାଇନ୍ କାରବାରରେ ସର୍ଭିସ୍ ଟ୍ୟାକ୍ସ ଛାଡ

21

କନକ ବ୍ୟୁରୋ : କ୍ୟାସଲେସ ଟ୍ରାଂଜାକସନ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଅନଲାଇନ୍ କାରବାରରେ ସର୍ଭିସ ଟ୍ୟାକ୍ସ ପଡିବ ନାହିଁ । ଡେବିଟ୍ କାର୍ଡରେ କୌଣସି ଚାର୍ଜ ପଡିବ ନାହିଁ । ରେଳବାଇ ଇ-ଟିକେଟରେ ମଧ୍ୟ ଚାର୍ଜ ପଡିବ ନାହିଁ । କେବଳି ଏତିକି ନୁହେଁ ଫୋନ୍ ଟ୍ରାଂଜାକସନରେ ସର୍ଭିସ ଚାର୍ଜ ବି ପଡିବ ନାହିଁ ବୋଲି କହିଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ।

ଏହାସହ ନାବାର୍ଡ ଜରିଆରେ ଚାଷୀଙ୍କୁ ୨୧ହଜାର କୋଟି ଋଣ ଯୋଗାଇ ଦିଆଯିବ । ଜିଲ୍ଳା ସହକାରୀ ବ୍ୟାଙ୍କ ଜରିଆରେ ଟଙ୍କା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହାସହ ଡିସେମ୍ବର ୩୧ପର୍ଯ୍ୟନ୍ତ ଅନ୍ ଲାଇନ ବୁକିଂରେ ଲୋକଙ୍କ ଆଶ୍ୱସ୍ତ କରିଛି କେନ୍ଦ୍ର । ପୁରୁଣା ପଂଚ ଶହ ହଜାରେ ଟଙ୍କିଆ ନୋଟ ବନ୍ଦ ହେବା ପରେ ଡିଜିଟାଲ ଟ୍ରାଂଜାକସନ୍ ପ୍ରଭାବଶାଳୀ ହୋଇପାରିଛି ।