ଭିଜିବନି ପୂଜା ! ଦୁର୍ବଳ ହେଲା ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପୂର୍ଣ୍ଣିବଳୟ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପୂର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଫଳରେ ବର୍ଷାର ପରିମାଣ କମିବ । ଏଥି ସହ ଦଶହରା ସମୟରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଥିଲା ତାହା ମଧ୍ୟ ଅନେକାଂଶରେ ଦୂର ହୋଇଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷାର ପରିମାଣ କମିବ । ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୧୭ ତାରିଖ ବେଳକୁ ଓଡିଶା ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ତେଣୁ ଲକ୍ଷ୍ମୀପୂଜା ସମୟରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।