ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଏବେ ବଢ଼ିବ ନାହିଁ ଟ୍ରେନ୍ ଭଡ଼ା, ସରକାର ଦେଲେ ସୂଚନା

46

ବର୍ତ୍ତମାନ ସମୟ ପାଇଁ  ବଢ଼ିବ ନାହିଁ ଟ୍ରେନ୍ ଭଡ଼ା । ଭାରତୀୟ ରେଳବାଇ ଟ୍ରେନ ଭଡ଼ା ନେଇ ସ୍ପଷ୍ଟ ମତପ୍ରକାଶ କରିଛନ୍ତି । ସାଧାରଣ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଆଉ ଦେବେ ନାହିଁ ଅଧିକ ଭଡ଼ା । ବୁଧବାର ଦିନ ସରକାର ସଂସଦକୁ ଏନେଇ ସୂଚନା ଦେଇଛନ୍ତି । ଲିଖିତ ଅକାରରେ କେନ୍ଦ୍ରୀୟ ରାଜ୍ୟ ରେଳମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି ଭାରତୀୟ ରେଳ ଅପ୍ରେଲରୁ ନଭେମ୍ବର ୨୧୦୭ରେ ବିଗତ ବର୍ଷ ତୁଳନାରେ ଯାତ୍ରୀ ସଂଖ୍ୟା ୦.୬୮ ପ୍ରତିଶତ ବୃଦ୍ଧି ପାଇଛି । ଏବଂ ଦିଲ୍ଲୀ-ମୁୁମ୍ବାଇ ମଧ୍ୟରେ ୦.୯୯ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ।

trainଯାତ୍ରୀ ସଂଖ୍ୟା, ସ୍ୱତନ୍ତ୍ର ଟ୍ରେନ୍ ଓ ଟ୍ରେନ୍ ଭଡ଼ା ବିଷୟରେ ପଚରାଯିବାରୁ ଜଣାପଡ଼ିଛି କେବଳ ସ୍ୱତନ୍ତ୍ର ଟ୍ରେନରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ । ଭିଡ଼କୁ ନଜରରେ ରଖି ବିଭିନ୍ନ ପାର୍ବଣ ଋତୁରେ ସ୍ୱତନ୍ତ୍ର ଟ୍ରେନ୍ ଚାଲେ । ଯାହାଦ୍ୱାରା ଯାତ୍ରୀ ସଂଖ୍ୟା ବଢ଼ିଲେମ ମଧ୍ୟ ଚିନ୍ତା କରିବା ପାଇଁ ପଡ଼େ ନାହିଁ କି ଅଧିକ ଯାତ୍ରୀ ଯିବାଆସିବା କଲେ ବିପଦ ସୃଷ୍ଟି ହେବାର ଆଶଙ୍କା ନଥାଏ । ତେବେ ସ୍ୱତନ୍ତ୍ର ଟ୍ରେନ ପାଇଁ ସ୍ପତନ୍ତ୍ର ଚାର୍ଜ ଦେବାକୁ ପଡ଼େ । ଏହି ଟ୍ରେନ୍ ଗୁଡ଼ିକ ସିଡ଼୍ୟୁଲ ହୋଇଥିବା ସମୟ ଆଗରୁ ଚାଲେ ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଖବର ଆସିଥିଲା ଭିଡ଼ ବଢିଲେ ଭଡ଼ା ବଢିବ । ହୋଲି, ଦୀପାବଳି, ଛଟ ପୂଜା ଭଳି ପାର୍ବଣ ଋତୁ ଅବସରରେ ଟ୍ରେନଗୁଡିକରେ ଅଧିକ ଭଡି ଦେଖାଦେଇଥାଏ । ଯାହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରାଳୟ ଫ୍ଲାଇଟ୍ ଆଧାରରେ ଡାଇନାମିକ ପ୍ରାଇସିଂ ବ୍ୟବସ୍ଥା ଲାଗୁ କରିଛି । ଅର୍ଥାତ୍ ଯେଉଁ ଟ୍ରେନର ଡିମାଣ୍ଡ ଯେତେ ବଢିବ ସେହି ଟ୍ରେନର ଭଡା ମଧ୍ୟ ସେତେ ଅଧିକ ହେବ । ଏଥିପାଇଁ ପଶ୍ଚିମ-ମଧ୍ୟ ରେଲୱେ ସମେତ ତିନୋଟି ଜୋନରେ ଟ୍ରେନ ଟିକେଟର ଭଡାକୁ ବଢାଇବାର ଯୋଜନା କରାଯାଇଛି । ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଏକ ସମ୍ମିଳନୀରେ ଯୋଗ ଦେଇ ଫ୍ଲେକସି ଫେୟର ସିଷ୍ଟମର ସମୀକ୍ଷା କରିଥିଲେ ।