କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା! ତୁରନ୍ତ ଲୋକପାଳ ନିଯୁକ୍ତ କରିବାକୁ ନିର୍ଦ୍ଦେଶ

30

କନକ ବ୍ୟୁରୋ : କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ତୁରନ୍ତ ଲୋକପାଳ ନିଯୁକ୍ତ କର । କେନ୍ଦ୍ର ସରକାର ଏଯାଏଁ ଲୋକପାଳ ନିଯୁକ୍ତ କରିନଥିବାରୁ ସୁପ୍ରିମକୋର୍ଟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ତୁରନ୍ତ ଲୋକପାଳ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ଲୋକପାଳ ଆଇନ୍ ଅନୁସାରେ ବିରୋଧୀ ଦଳ ନେତା ଚୟନ କମିଟିର ଜଣେ ସଦସ୍ୟ ରହିବା ନିୟମ ରହିଛି ।

ତେବେ ବିରୋଧୀ ଦଳ ନେତା ହେବାକୁ କଂଗ୍ରେସ ସଂସଦରେ ଆବଶ୍ୟକ ସଂଖ୍ୟା ହାସଲ କରିନଥିବାରୁ ଆଇନ୍ ସଂଶୋଧନ ବିନା ଲୋକପାଳ ନିଯୁକ୍ତ ହୋଇପାରିବନି ବୋଲି ପୂର୍ବରୁ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ତେବେ ଏହାକୁ ଆଳ କରି ସରକାର ଲୋକପାଳ ନିଯୁକ୍ତ କରୁନଥିବାରୁ ସୁପ୍ରିମକୋର୍ଟବିରକ୍ତି ପ୍ରକାଶ କରିଛନ୍ତି । ବିରାଧୀ ଦଳ ନେତାଙ୍କୁ ବାଦ୍ ଦେଇ ଏହି ଆଇନ୍ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉଚ୍ଚତମ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।