‘ପଦ୍ମାବତୀ’ ସିନେମା ରିଲିଜ୍ ଉପରେ ଲାଗିବନି ରୋକ୍ ! ଚଳିତ ମାସରେ ତୃତୀୟ ଥର ପାଇଁ କଟକଣା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

29

ବହୁଚର୍ଚ୍ଚିତ ବଲିଉଡ୍ ସିନେମା ‘ପଦ୍ମାବତୀ’ ରିଲିଜ୍ ଉପରେ ଲାଗିବନି ରୋକ୍ । ଏ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଚଳିତ ମାସରେ ତୃତୀୟ ଥର ପାଇଁ ‘ପଦ୍ମାବତୀ’ ସିନେମା ଉପରେ କଟକଣା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ କେନ୍ଦ୍ର ସରକାର ଓ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ପଦ୍ମାବତୀ ସିନେମାକୁ ନେଇ ହେଉଥିବା ବୟାନବାଜିକୁ ନିୟନ୍ତ୍ରଣ କରୁନଥିବାରୁ ମୁଖ୍ୟମନ୍ତ୍ରୀମାନଙ୍କ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି ।

padmavatI

 

 

 

 

 

 

ସରକାରୀ ତଥା ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ଏହି ପ୍ରସଙ୍ଗରେ ବିବାଦୀୟ ବୟାନ ନଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି କୋର୍ଟ । କାରଣ ଏହା ସେନସର ବୋର୍ଡ ଉପରେ ମାନସିକ ସ୍ତରରେ ପ୍ରଭାବ ପକାଇବ । ଏହା ସହ ଯେଉଁମାନେ ସିନେମା ନଦେଖି ବୟାନବାଜି କରୁଛନ୍ତି ସେମାନଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ ସିନେମା ଜରିଆରେ ରାଜପୁତ ଇତିହାସକୁ ବିକୃତ କରାଯାଇଛି, ବୋଲି ବାରମ୍ବାର ଅଭିଯୋଗ ହେଉଛି । ଆଉ ଏଥିପାଇଁ ଜାରି ରହିଛି ବିବାଦ । ତେବେ ଏଇଠି ପ୍ରଶ୍ନ ଉଠୁଛି ସିନେମା ଦେଖିବା ପୂର୍ବରୁ ଏପରି ବୟାନବାଜୀ କେତେ ଦୂର ଠିକ ।