ନେତାଙ୍କୁ ନରସିଂହଙ୍କ ‘ଧୋତି’ ବାଣୀ: ଧୋତି ପିନ୍ଧୁ ନଥିବା ନେତାଙ୍କୁ ଧିକାର କଲେ, ଗାନ୍ଧୀ-ଗୋପବନ୍ଧୁଙ୍କ କଥା ବଖାଣିଲେ

324

କନକ ବ୍ୟୁରୋ: ଧୋତି କଥା କହି ଉଦବେଗ ପ୍ରକାଶ କଲେ ନରସିଂହ ମିଶ୍ର । ଓଡିଆ ସଂସ୍କୃତି, ପରମ୍ପରା କଥା ଉଠାଇ ଧୋତିର ଅବତାରଣା କଲେ ନରସିଂହ । ନେତାମାନେ ପବିତ୍ର ଗୃହକୁ ଧୋତି ପିନ୍ଧି ଆସୁନଥିବାରୁ ସେମାନେ ଓଡିଆ ପରମ୍ପରାକୁ ଭୁଲିଗଲେଣି ବୋଲି କହିଛନ୍ତି । ତେବେ କିଏ ଧୋତି ପିନ୍ଧୁଛି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ନରସିଂହ । ନା ମୁଖ୍ୟମନ୍ତ୍ରୀ ନା ବାଚସ୍ପତି । ୪ ଜଣ ସଦସ୍ୟଙ୍କୁ ଛାଡି ଦେଲେ ଆଉ କେହି ଧୋତି ପିନ୍ଧୁ ନଥିବା ନରସିଂହ କହିଛନ୍ତି ।

ତେବେ ଗାନ୍ଧୀଙ୍କ ପରେ ଆଜି ଗୋପବନ୍ଧୁଙ୍କ ପ୍ରତି ଅବହେଳା କରା ଯାଇଥିବା କଥା ଗୃହରେ ଉଠାଇଥିଲେ ନରସିଂହ । ଫନିରେ ବକୁଳବନ ନଷ୍ଟ ହୋଇଥିବା କଥା ଉଠାଇଥିଲେ । ଉକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବେଳେ ଧୋତି ପିନ୍ଧା ନେତାଙ୍କ କଥା ଉଠାଇଥିଲେ । ଯେଉଁ ନେତାମାନେ ଧୋତି ପିନ୍ଧୁଥିଲେ, ଅତୀତରେ ଯେଉଁ ଧୋତିପିନ୍ଧା ନେତାମାନେ ଓଡିଶାର ଗର୍ବ ଓ ଗୌରବ ସାଜିଥିଲେ ସେମାନଙ୍କୁ ଆଜିର ସରକାର, ଆଜିର ଲୋକେ ଭୁଲିବାକୁ ବସିଲେଣି ବୋଲି ନରସିଂହ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ବିଧାନସଭାରେ ଶାଢୀ ପିନ୍ଧୁଥିବାରୁ ମହିଳା ବିଧାୟିକାଙ୍କୁ ଧନ୍ୟବାଦ ଦେଲେ ନରସିଂହ । ସରକାର ଗାନ୍ଧୀ, ଗୋପବନ୍ଧୁଙ୍କ କଥା ନଭାବିବା ଏକ ଦୁର୍ଭାଗ୍ୟର କଥା ବୋଲି ନରସିଂହ ମିଶ୍ର କହିଛନ୍ତି ।