ଡୋକାଲମ ବିବାଦ ମଧ୍ୟରେ ଚୀନକୁ ପରୋକ୍ଷରେ ଚେତାବନୀ ଦେଲେ ଗୃହମନ୍ତ୍ରୀ ରାଜନାଥ ସିଂ ! କହିଲେ, ଭାରତକୁ ଆଖି ଉଠାଇ ଚାହିଁବାକୁ ସାହସ ନାହିଁ

40

କନକ ବ୍ୟୁରୋ : ଖୁବ ଶୀଘ୍ର ହେବ ଡୋକଲାମ ବିବାଦର ସମାଧାନ । ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଏହାସହ ଭାରତ ପଡୋଶୀ ରାଷ୍ଟ୍ର ସହ ସୁସମ୍ପର୍କ ଚାହେଁ ଏବଂ କୌଣସି ପ୍ରକାରର ମୁକାବିଲା ଚାହେଁ ନାହିଁ ବୋଲି କହିଛନ୍ତି ରାଜନାଥ । ଡୋକଲାମ ବିବାଦର ସମାଧାନ ହେବ ଏବଂ ସେ ପଡୋଶୀ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଜନାଥ କହିଛନ୍ତି, ଭାରତ ପଡୋଶୀ ଦେଶ ଗୁଡିକ ସହ ସୁସମ୍ପର୍କ ଚାହେଁ ।

ସେପଟେ ଚୀନ ମଧ୍ୟ ସୀମା ବିବାଦର ସମାଧାନ ପାଇଁ ସକରାତ୍ମକ ପନ୍ଥା ବାହାର କରିବ ବୋଲି ସେ ଆଶା ରଖିଥିବା କହିଛନ୍ତି । ଜୀବନରେ ଥିବା ବନ୍ଧୁଙ୍କୁ ପରିବର୍ତ୍ତନ କରାଯାଇ ପାରିବ କିନ୍ତୁ ପଡୋଶୀଙ୍କୁ ବଦଳ କରାଯାଇ ପାରିବନାହିଁ ତେଣୁ ପଡୋଶୀ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିବା ନିହାତି ଜରୁରୀ ବୋଲି ଗୃହମନ୍ତ୍ରୀ କହିଛନ୍ତି । ରାଜନାଥ କହିଛନ୍ତି, ଭାରତ କେବେ କାହାକୁ ଆକ୍ରମଣ କରିନି କି ନିଜର ସୀମା ବଢ଼ାଇବା ପାଇଁ ଚାହେଁନାହିଁ ।ଭାରତ ତିବ୍ଦତ ସୀମାରେ ବୀର ଯବାନ ମୁତୟନ ହୋଇଥିବା ଯୋଗୁଁ ଭାରତକୁ ଆଖି ଉଠାଇ ଚାହିଁବାକୁ ବି କେହି ସାହସ କରିବେ ନାହିଁ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।