ସାବଧାନ ! ମହିଳାଙ୍କ ସହମତି ବିନା କେହି ତାଙ୍କୁ ଛୁଇଁପାରିବେନି

48

ନୂଆ ଦିଲ୍ଲୀ :  ଦିଲ୍ଲୀ କୋର୍ଟ ଦେଇଛନ୍ତି ଏକ ଚର୍ଚ୍ଚିତ ରାୟ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମହିଳାଙ୍କ ସହମତି ବିନା  କେହି ବି ତାଙ୍କୁ ଛୁଇଁପାରିବେନି । ଏହା ସହ କୋର୍ଟ କହିଛି  ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ‘ ଯୌନ ବିକୃତି’ ଭଳି ପୁରୁଷଙ୍କ ଉନ୍ମତ୍ତ କାଣ୍ଡ ଏବେବି ଜାରି ରହିଛି । କୋର୍ଟ ୯ ବର୍ଷର ଜଣେ କନ୍ୟାକୁ ଯୌନ ଉତ୍ପୀତନ କରିବା ମାମଲାରେ ଛବି ରାମ ନାମକ  ବ୍ୟକ୍ତିକୁ ଦୋଷୀ କରାଇଛନ୍ତିି । ଏବଂ ଏହାକୁ  ୫ ବର୍ଷ ସଶ୍ରମ କାରାଦଣ୍ଡ  ଶୁଣାଇଛନ୍ତି । ଆଉ ଏହି ଐତିହାସିକ ଟିପ୍ପଣୀ ଦେଇଛନ୍ତି ।

ଅତିରିକ୍ତ ସର୍ତ୍ତ ନ୍ୟାୟାଧିଶ ସୀମା ମଣି ଉତ୍ତର ପ୍ରଦେଶର ନିବାସୀ ଛବି ରାମଙ୍କୁ  ୫ବର୍ଷର ସଶ୍ରମ କାରାଦଣ୍ଡର ସଜା ଶୁଣାଇଛନ୍ତି ।  ସେ ଉତ୍ତରୀ ଦିଲ୍ଲୀ  ମୁଖର୍ଜୀ ନଗର ଅଂଚଳର ଏକ ଜନଗହଳିପୂର୍ଣ୍ଣ ବଜାରରେ  ନାବାଳିକକୁ  ଅନୁଚିତ ତରିକାରେ ଛୁଇଁ ଥିଲା । ଏହି ଘଟଣା ୨୫ ସେପ୍ଟେମ୍ବର  ୨୦୧୪ର ଅଟେ । କୋର୍ଟ କହିଛନ୍ତି ମହିଳାଙ୍କ ଶରୀର ତାଙ୍କର ନିଜର ।  ଏବଂ  ଏହା ଉପରେ କେବଳ ତାଙ୍କର ହିଁ ଅଧିକାର ରହିଛି । ଅନ୍ୟ ଜଣେ ତାଙ୍କର ବିନା ଅନୁମତିରେ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ । ସେ ଯେଉଁ ଉଦ୍ଦେଶ୍ୟ ହେଉନା କାହିଁକି ?

ବିଚାରପତି କହିଛନ୍ତି , ଏହା ନଜର ଆସିଛି ଯେ, ମହିଳାଙ୍କର ନିଜସ୍ୱ ଅଧିକାରକୁ ପୁରୁଷମାନେ ମାନନ୍ତି ନାହିଁ । ଏବଂ ସେମାନେ ନିଜର ପାଶବିକ ଇଚ୍ଛାକୁ ପୂରଣ କରିବାପାଇଁ ନିରୁପାୟ ଝିଅଙ୍କୁ  ଯୌନ ଉତ୍ପୀଡନ  କରିବା ପୂର୍ବରୁ ଭାବିନଥାନ୍ତି ।  କୋର୍ଟ କହିଛନ୍ତି  ରାମ ଜଣେ ‘ଯୌନ ବିକୃତ’ ବ୍ୟକ୍ତି ଅଟନ୍ତି । ଏଣୁ ତାଙ୍କ ପାଖେ କୌଣସି ଉଦାରତାର ଲକ୍ଷଣ ନାହିଁ । କୋର୍ଟ  ତା ଉପରେ  ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି । ଯେଉଁଥିରେ ୫ହଜାର ଟଙ୍କା  ପୀଡିତାଙ୍କୁ ଦିଆଯିବ । କୋର୍ଟ ଏହା ବ୍ୟତୀତ ଦିଲ୍ଲୀ ପ୍ରଦେଶ ବିଧିକ ସେବା ପ୍ରାଧିକରଣକୁ ମଧ୍ୟ  ନାବାଳିକାଙ୍କୁ ୫୦ହଜାର ଟଙ୍କା ଦେବାକୁ କହିଛି ।

( ସୌଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ)