ଏଣିକି ସିମ୍ କାର୍ଡ କିଣିବା ବେଳେ ଆଉ ଦେବାକୁ ହେବନି ଆଧାର କାର୍ଡ ! ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସୁରକ୍ଷିତ ରହିବ ସମସ୍ତ ତଥ୍ୟ ।

62

ଏଣିକି ନୂଆ ସିମ୍ କିଣିବା ପାଇଁ ଆପଣଙ୍କୁ ଆଧାର କାର୍ଡ ଦେବା ପାଇଁ ପଡିବ ନାହିଁ । ବୁଧବାର ଆଧାର ଆକ୍ଟ ସେକସନ୍ ୫୭କୁ ରଦ୍ଦ କରିବା ସହ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଆକ୍ଟ ଅନୁଯାୟୀ, ପ୍ରାଇଭେଟ୍ କମ୍ପାନୀ ଗୁଡିକ ସହ ଡାଟା ସେୟାର କରିବା ପାଇଁ ଅନୁମତି ଦେଇଥାଏ ।

ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠ ଆଧାରକୁ ସାମ୍ବିଧାନିକ ରୂପରେ ବୈଧତା ଦର୍ଶାଇଛନ୍ତି । ଏହା ସହ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପ୍ରାଇଭେଟ୍ କମ୍ପାନୀ ଗୁଡିକ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆଧାର ଡାଟା ମାଗି ପାରିବେ ନାହିଁ । କୋର୍ଟଙ୍କ ଏହି ନିଷ୍ପତ୍ତି ଅନୁଯାୟୀ, ଟେଲିକମ୍ କମ୍ପାନୀ, ଇ-କମର୍ସ କମ୍ପାନୀ, ପ୍ରାଇଭେଟ ବ୍ୟାଙ୍କ ଏବଂ ଏପରି ଅନ୍ୟ କମ୍ପାନୀ ଗୁଡିକ ସର୍ଭିସ ପାଇଁ ଗ୍ରାହକଙ୍କ ଠାରୁ ବାୟୋମେଟ୍ରିକ୍ କିମ୍ବା ଅନ୍ୟ କୌଣସି ସୂଚନା ମାଗି ପାରିବେ ନାହିଁ ।

ସେହିଭଳି ଭାବେ କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଏଣିକି ମୋବାଇଲରେ ଆଧାର ଲିଙ୍କ୍ କରିବା ଜରୁରୀ ନୁହେଁ । କୋର୍ଟ କହିଛନ୍ତି, ସରକାର ଡାଟା ସୁରକ୍ଷା ରଖିବା ପାଇଁ କଡା ପଦକ୍ଷେପ ନେଉଛନ୍ତି । ଏହାସହ କୋର୍ଟ କହିଛନ୍ତି ଯେ, ଯେତେ ଶୀଘ୍ର ସମ୍ଭବ ସରକାର ତୁରନ୍ତ ଡାଟା ପ୍ରୋଟେକ୍ସନ ଲ୍ ଆଣନ୍ତୁ । ଆଧାର କାର୍ଡ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ସୁପ୍ରିମକୋର୍ଟ କହିଛନ୍ତି ।