ପ୍ରେମୀଯୁଗଳଙ୍କ ସୁରକ୍ଷା କବଚ! ଭାଲେଣ୍ଟାଇନ ଡେରେ ବଜରଙ୍ଗ ଦଳକୁ ଘେରିଗଲେ ମହିଳା ସଙ୍ଗଠନ

74

କନକ ବ୍ୟୁରୋ : ପ୍ରେମିକ, ପ୍ରେମିକାଙ୍କ ସୁରକ୍ଷା କବଚ । ପ୍ରେମ ଦିବସରେ ପ୍ରେମୀ ଯୁଗଳଙ୍କୁ ନାଲିଆଖି ଦେଖାଉଥିବା ସଂଗଠନ ବିରୋଧରେ ସାମ୍ନାକୁ ଆସିଲା ଏକ ନୂଆ ସଂଗଠନ । ଭାଲେଂଟାଇନ୍ସ ଡେରେ ରାଜଧାନୀ ଭୁବନେଶ୍ୱରର ପାର୍କ ଓ ସପିଂ ମଲ ସାମ୍ନାରେ ବସିରହିଲେ ଗଣତାନ୍ତ୍ରିକ ମହିଳା ସମିତିର ସଦସ୍ୟ । ସେପଟେ ଗଣ୍ଡଗୋଳ ଓ ବିରୋଧ ଆଶଙ୍କାରେ ପୋଲିସ ସୁରକ୍ଷା ବି ଦେଖିବାକୁ ମିଳିଥିଲା ରାଜଧାନୀରେ ।

valentineଭାଲେଂଟାଇନ ଡେରେ, ପ୍ରେମୀ ଯୁଗଳଙ୍କୁ ବିରୋଧ କରିବା ପାଇଁ ଭୁବନେଶ୍ୱରର ଏକ ମଲକୁ ମାଡି ଆସିଥିଲେ ବଜରଙ୍ଗ କର୍ମୀ । କିନ୍ତୁ ଦୃଶ୍ୟ ପୁରା ଓଲଟା ହୋଇଗଲା । ପାଲଟା ବଜରଙ୍ଗ ଦଳ କର୍ମୀଙ୍କୁ ଘେରିଗଲେ, ନିଦ୍ଦିଷ୍ଟ ମହିଳା ସଙ୍ଗଠନ । ପ୍ରେମୀ ଯୁଗଳଙ୍କୁ ନାଲି ଆଖି ଦେଖାଇ ନିଜକୁ ସଂସ୍କୃତି ଓ ପରମ୍ପରାର ରକ୍ଷକ ବୋଲାଉଥିବା ଉନ୍ମତ ଯୁବକଙ୍କୁ ଏବେ ନାଲି ଆଖି ଦେଖାଉଛି ଏକ ନୂଆ ସଙ୍ଗଠନ । ଆଜି ଦିନ ତମାମ ଏହି ସଙ୍ଗଠନ ରାଜଧାନୀ ଭୁବନେଶ୍ୱରରେ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେଇଥିଲା ।

ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେଉଥିବା ମହିଳା ସଙ୍ଗଠନ – ଗଣତାନ୍ତ୍ରିକ ମହିଳା ସମିତି । ଏମାନେ ଜଗି ରହିଛନ୍ତି ପ୍ରେମୀ ଯୁଗଳଙ୍କୁ । ହାତରେ ପ୍ଲାକାର୍ଡ, ପତାକା ଧରି ନାରାବାଜି ବି କରୁଛନ୍ତି । ଲକ୍ଷ ଗୋଟିଏ ପ୍ରେମୀ ଯୁଗଳଙ୍କୁ ସମର୍ଥନ । କୌଣସି ଦଳ ଯଦି ପ୍ରେମୀ ଯୁଗଳଙ୍କୁ ହାତ ଲଗାଇବା ଦୁରରେ ଥାଉ ଘଉଡାଇବା ବି ଆରମ୍ଭ କଲା ତାହେଲେ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଗଣ୍ଡଗୋଳ ଆଶଙ୍କାରେ ରାଜଧାନୀରେ ବଡ ବଡ ପାର୍କ ଗୁଡିକ ବନ୍ଦ ରହିଥିଲା । କିଛି ସଙ୍ଗଠନ ପକ୍ଷରୁ ବିରୋଧ ହେବାର ଆଭାଷ ପାଇ ପାର୍କ ଭିତରେ ପୁଲିସ ବି ମୃତୟନ ହୋଇଥିଲା । ବିରୋଧର ଧମକ ଦେଇଥିବା କଳିଙ୍ଗସେନାକୁ ପୁଲିସ ବିରୋଧ କରିବା ଆଗରୁ ଉଠାଇ ନେଇଥିଲା ।