ଟୋଲ ଗେଟରେ ଭିଡ ସମସ୍ୟାରୁ ମିଳିବ ମୁକ୍ତି ! ଏହି ଫର୍ମୁଲା ଆଣୁଛନ୍ତି ମୋଦି ସରକାର ।

34

ଜାତୀୟ ରାଜପଥରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯିବାଆସିବା କରିଥାନ୍ତି । କୌଣସି ଏକ ଜରୁରୀ କାମରେ ଯାଉଥିଲେ ଟୋଲ ପ୍ଲାଜା ଗୁଡିକରେ ଅନେକ ଭିଡ ଯୋଗୁଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ । ଟୋଲ ପ୍ଲାଜା ଗୁଡିକରେ ଆପଣ ସମୟ ବଞ୍ଚାଇବା ଏବଂ ଯାତାୟତକୁ ସୁରକ୍ଷିତ କରିବା ପାଇଁ ସମସ୍ତ ଟୋଲ ପ୍ଲାଜା ଗୁଡିକରେ ଫାଷ୍ଟ ଟ୍ୟାଗ ଲଗାଯିବ । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର କହିଛନ୍ତି ଯେ, ସରକାର ୬ମାସ ମଧ୍ୟରେ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜା ଗୁଡିକରେ ଫାଷ୍ଟ ଟ୍ୟାଗ ଲଗାଯିବାର କାମ କରାଯିବ ।

ଡିସେମ୍ବର ମାସଠାରୁ ସମସ୍ତ ବାହନରେ ରେଡିମେଡ୍ ଫାଷ୍ଟ ଟ୍ୟାଗ ଲାଗିବ । ଏପରି ହେବା ଦ୍ୱାରା ଟୋଲ ପ୍ଲାଜା ଗୁଡିକରେ ଅଧିକ ସମୟ ବରବାଦ ହେବ ନାହିଁ । ସାରା ଦେଶରେ ଜାତୀୟ ପଥରେ ୪୭୯ଟି ଟୋଲ ପ୍ଲାଜା ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ୪୦୯ଟି ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ କାମ କରୁଛି ।

କଣ ଏହି ଫାଷ୍ଟଟ୍ୟାଗ୍ ?

ଫାଷ୍ଟଟ୍ୟାଗ ଏକ ସ୍ମାର୍ଟ ଡିଭାଇସ୍ ଅଟେ । ଯାହାକି ଆପଣଙ୍କ ଗାଡିର ଓି୍ୱଣ୍ଡ ସ୍କ୍ରିନରେ ଲାଗିଥାଏ । ଏବଂ ଏହାକୁ ଆପଣ ଆପଣଙ୍କ ବ୍ୟାଙ୍କରୁ ଆଣିପାରିବେ । ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡି ହୋଇଥାଏ । ଯେଉଁ ଟୋଲ ଗେଟରେ ଫାଷ୍ଟଟ୍ୟାଗ ଲାଇନ ରହିଥାଏ, ସେଠାରୁ ଆପଣଙ୍କୁ କେବଳ ସେହି ବାଟ ଦେଇ ଯିବା ପାଇଁ ପଡିଥାଏ । ଏହା ଦ୍ୱାରା ଡିଭାଇସ ସେନସର ସାହାଯ୍ୟରେ ଆପଣଙ୍କ ଗାଡିରେ ଲାଗିଥିବା ଡିଭାଇସକୁ ଏହା ପଢି ଦେଇଥାଏ ଏବଂ ଆପଣଙ୍କ ଶୁଳ୍କ ସେଠାରେ ନଅଟକି ମଧ୍ୟ ପୈଠ ହୋଇଯାଇଥାଏ ।